ପୋଲସରା,ତା-୨୫/୧୦(ପିପିଟି); ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ତା ୨୫.୧୦ ରିଖ ରବିବାର ଅପରାହ୍ନ ଏକ ଘଣ୍ଟ ସମୟରେ ଅଭାବନୀୟ ଘଟଣା ଘଟିଯାଇଛି। ଘଟଣାଟି ପୋଲସରା ଓଇରାଣୀ ବନ୍ଧ ହୁଡ଼ା ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା। ଏହି ମନ୍ଦିରରେ ତାସ ଖେଳ ଚାଲିଥିବା ବେଳେ ଘଟଣା ସ୍ଥଳରେ ଉପସ୍ଥିତ ସୁଶାନ୍ତ ସାହୁଙ୍କୁ ଭୀମ ପ୍ରଧାନ ନାମକ ଜୈନିକ ବ୍ୟକ୍ତି ଅଚାନକ ଏକ ପନିକି ସାହାଯ୍ୟରେ ମୁଣ୍ଡ ,ବେକ , ଅଣ୍ଟା ଓ କାନ୍ଧ ରେ ମରଣାତ୍ମକ ଆକ୍ରମଣ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ଗୁରୁତର ସୁଶାନ୍ତକୁ ପୋଲସରା ଚିକିତ୍ସାଳୟକୁ ନେଇଥିଲେ । ଅବସ୍ଥା ଗୁରୁତର ହେତୁ ସୁଶାନ୍ତ ସାହୁଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି।ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା ବେଳେ ଆକ୍ରମଣ କାରି ପୋଲସରା ଥାନାରେ ଆତ୍ମସମର୍ପଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଖବର ଲେଖାହେବା ସୁଦ୍ଧା ଥାନାରେ କୌଣସି କେସ ରୁଜ ହୋଇନଥିବା ବେଳେ ଘଟଣା ଅନୁସନ୍ଧାନ ଥିବା ସୂଚନା ମିଳିଛି।
(ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)