ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉନ୍ମତ କାଣ୍ଡ, ୩ବର୍ଷର ଶିଶୁପୁତ୍ରକୁ କାତିରେ ହାଣି ହତ୍ୟା ଓ ଆକ୍ରମଣରେ ବାପା ଗୁରୁତର ।

ପୋଲସରା, ୦୧/୦୬(ପିପିଟି); ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କାଣ୍ଡ ଘଟିଯାଇଛି। ବୁଲୁ ସେଠୀ ନାମକ ଯୁବକ ଘଟାଇଛି ଏହି କାଣ୍ଡ । ସମ୍ପୃକ୍ତ ଯୁବକର ଉନ୍ମତ୍ତ କାଣ୍ଡରେ ପଡୋଶୀ ଘର ୩ବର୍ଷର ଶିଶୁପୁତ୍ର ଆଦର୍ଶ ର ଜୀବନ ଚାଲିଯାଇଛି। ଶିଶୁପୁତ୍ରକୁ କାତିରେ ହାଣି ହତ୍ୟା କରିବା ପରେ ଉକ୍ତ ଶିଶୁର ବାପା ବୁଲୁ ସାହୁଙ୍କୁ ମଧ୍ୟ ମୁଣ୍ଡକୁ ଆକ୍ରମଣ କରିଥିଲେ । ଆକ୍ରମଣ ରେ ବୁଲୁ ସାହୁଙ୍କ କାନ ମୁଣ୍ଡାକୁ ଶକ୍ତ ଆଘାତ ଲାଗିଛି । ତୁରନ୍ତ ବୁଲୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ.କେ. ସି. ଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ ଏସ୍.ଡି.ପି.ଓ ସୁର୍ଯ୍ୟମଣି ପ୍ରଧାନ, ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପୁରା ଟିମ କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଏହି ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା କୁହାଯାଉଛି। ସମ୍ପୃକ୍ତ ହତ୍ୟାକାଣ୍ଡକୁ ନେଇ ମୃତ ନାବାଳକର ଦାଦା ପରମେଶ୍ୱର ସାହୁ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଏତଲା କୁ ଭିତି କରି ଥାନା କେଶ ନଂ ୧୭୫/୨୧ ପ୍ରକାରେ ଦଫା ୩୦୭ ,୩୦୨ ରେ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଲାଇଛି। ପୋଲିସ ହତ୍ୟାକାଣ୍ଡ ରେ ବ୍ୟବହୃତ କାତି ଏବଂ କୁରାଢ଼ୀକୁ ଜବତ କରିଛି ଏବଂ ଉନ୍ମତ୍ତ ଯୁବକକୁ ପୋଲିସ ହେପାଜତ ରେ ରଖିଛି। ଆସନ୍ତା କାଲି ଦୋଷୀକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
(ରିପୋର୍ଟ୍- ସନ୍ତୋଷ କୁମାର ପଣ୍ଡା)

Comments (0)
Add Comment