ପୂର୍ବ ଶତୃତାରୁ ରାଜୁ ବିଷୋୟୀଙ୍କୁ ହତ୍ଯା।

କବିସୂର୍ଯ୍ୟନଗର, ୧୯/୦୫(ପିପିଟି): କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଜାପଲ୍ଲୀ ପଞ୍ଚାୟତରେ ବୁଧବାର ରାତ୍ର ସମୟରେ ଖଜାପଲ୍ଲୀ ପଞ୍ଚାୟତର ନେତା ରାଜୁ ବିଷୋୟୀଙ୍କୁ ହତ୍ଯା କରାଯାଇଛି। ସୂଚନା ମୁତାବକ ଗତ କିଛିମାସ ତଳେ ଖଜାପଲ୍ଲୀର ଜିତୁ ସ୍ବାଇଁଙ୍କୁ ହତ୍ଯା କରାଯାଇଥିଲା। ଏଥିରେ ରାଜୁ ବିଷୋୟୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସେହି ଘଟଣାରେ ରାଜୁ ଗିରଫ ହୋଇ ଜାମିନରେ ଆସିଥିଲା। ମୃତ ଜିତୁର ସମର୍ଥକ ମାନେ ରାଜୁକୁ ହତ୍ଯା କରିବା ପାଇଁ ସୁଯୋଗ ଖୋଜୁଥିଲେ। ବୁଧବାର ରାତିରେ ରାଜୁ କାରରେ ଖଇରପଲ୍ଲୀ ଗାଁକୁ ଯାଇ ଫେରୁଥିବା ବେଳେ ବିପକ୍ଷ ଗୋଷ୍ଠୀ ବୋଲେରୋରେ ଅନୁସରଣ କରୁଥିଲେ। ରାଜୁ ଫେରୁଥିବା ବେଳେ ବାଟରେ କାର ଅଟକାଇ କାରରୁ ଟାଣି ନେଇ ରାଜୁଙ୍କୁ ନିର୍ମମ ହତ୍ଯା କରିଥିଲେ। ରାଜୁଙ୍କୁ ଆକ୍ରମଣ ସମୟରେ ଡ୍ରାଇଭର ଓ ସହଯୋଗୀ ଜୀବନ ବଞ୍ଚାଇବାକୁ ଦୌଡି ପଳାଇଥିଲେ। କୌଣସି ସୂତ୍ରରୁ ଖବର କବିସୂର୍ଯ୍ୟନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ରାଜୁର ମୃତ୍ଯୁ ହୋଇସାରିଛି। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଛି। ଥାନା ଅଧିକାରୀ ପ୍ରଭାତ କୁମାର ସାହୁ କହିଛନ୍ତି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଥିରେ ସଂପୃକ୍ତ ସମସ୍ତ ଅପରାଧିଙ୍କୁ ଖୁବଶୀଘ୍ର ଧରାଯିବ। ହତ୍ଯାକାଣ୍ଡରେ ବ୍ଯବହୃତ ବୋଲେରୋକୁ ଜବତ କରାଯାଇଛି।

Comments (0)
Add Comment