ପୂର୍ବଶତୃତା ଯୋଗୁଁ ସରପଞ୍ଚଙ୍କ ଘର ପୋଡ଼ିଦେଇଥିବା ନେଇ ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ ।

କୋରାପୁଟ,(ପିପିଟି)୧୩/୦୬,  କରୋନା ଭଳି ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ସହ ପ୍ରବାସୀ ଶ୍ରମିକ ମାନଙ୍କ ରହିବା ଖାଇବା ଓ ବାହାର ରାଜ୍ୟରୁ ଅସୁଥିବା ପ୍ରବାସୀ ଶ୍ରମିକମାନଙ୍କ ଦୁଃଖ ବୁଝିବା ସହ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ। ସମସ୍ତଙ୍କୁ ଚକିତ କରିଦେଲା ଭଳି ଏକ ଘଟଣା ସାମ୍ନା କୁ ଆସିଛି। ବୈପାରିଗୁଡା ବ୍ଲକର ପେନ୍ଦା ଗୁଡ଼ା ସରପଞ୍ଚ ଲଛମା କାକଲପାଡିଆଙ୍କ ଘରେ ଖାଇ ସାରିବା ପରେ ସମସ୍ତେ ଶୋଇ ପୋଡ଼ି ଥିଲେ । ରାତ୍ର ପ୍ରାୟ ୧୧ଟା ସମୟରେ ଦୁର୍ବୁତ୍ତ ମାନେ ଚାଳ ଘରେ ନିଆଁ ଲଗେଇ ଦେବାରୁ ହୁତୁ ହୁତୁ ହୋଇ ଘର ସାରା ବ୍ୟାପି ଯିବାରୁ ସମସ୍ତେ ଉଠି ଚିତ୍କାର କରିଥିଲେ ଓ ଦମକଳ ବାହିନୀକୁ ବାରମ୍ବାର ଫୋନ୍ ଯୋଗାଯୋଗ କରିଥିଲେ ମଧ୍ୟ କେଇ କର୍ମଚାରୀ ଫୋନ୍ ଉଠେଇ ନଥିଲେ।ପରେ ଗ୍ରାମର ଯୁବକ ମାନେ ରାମଗିରି ଫାଣ୍ଡିକୁ ଯୋଗାଯୋଗ କରିବାରୁ ଦମକଳ ବାହିନୀକୁ ନେଇ ଘଟଣା ସ୍ଥଳରେ ପହଞ୍ଚି । ନିଆଁକୁ ଆୟତ କରିଥିଲେ ମଧ୍ୟ ଘର ଭିତରେ ଥିବା ଖାଦ୍ୟ ପଦାର୍ଥ ଆସବାବ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।କିଛିଦିନ ପୂର୍ବରୁ କୌଣସି ବଚସାକୁ ନେଇ ଗ୍ରାମର ଯୁବକଙ୍କ ନାମରେ ଏତଲା ଦେଇଥିଲେ ବୋଲି ନିଜେ ସରପଞ୍ଚ ଶ୍ରୀମୋତି ଲଛମା କାକଲପାଡ଼ିଆ କହିଛନ୍ତି।ପୂର୍ବ ଶତୃତା  ଥିବାରୁ ତାଙ୍କ ଘର ପୋଡ଼ି ଦେଇଥିବା ନେଇ ସନ୍ଦେହ କରି ଯୁବକମାନଙ୍କ ନାମରେ ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ପେନ୍ଦାଗୁଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ଲଛମା କାକଲପାଡ଼ିଆ ଲିଖିତ ଅଭିଯୋଗକୁ ଭିତିକରି ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ରିପୋର୍ଟ – ତପନ ହିଆଲ ।

Comments (0)
Add Comment