ପୂର୍ବତନ ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକ ପାଳିତ।

କବିସୂର୍ଯ୍ୟ ନଗର,୦୫/୦୨(ପିପିଟି): ପୂର୍ବତନ ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକ ପଥରା ଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନଙ୍କ ସଭାପତିତ୍ବ ସ୍ମୃତି ସଭାରେ ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂ,ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ବାଇଁ,ପୂର୍ବତନ ବିଧାୟକ ଛତ୍ରପୁର ସୁବାଷ ଚନ୍ଦ୍ର ବେହେରା ,ପୂର୍ବତନ ବିଧାୟିକା କବିସୂର୍ଯ୍ୟନଗର ଲତିକା ପ୍ରଧାନ,ପୂର୍ବତନ ବିଧାୟକ ବ୍ରହ୍ମପୁର ବିକ୍ରମ କୁମାର ପଣ୍ଡା,ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା,ପୂର୍ବତନ ସାଂସଦ ଆସ୍କା ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ଏନ୍ଏସି ର ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ରଙ୍କ ସମେତ ସରପଞ୍ଚ,ସମିତି ସଭ୍ଯ ଓ ବିଜେଡି ନେତୃବୃନ୍ଦ ଯୋଗଦେଇ ସ୍ବର୍ଗତ ଶ୍ରୀ ସ୍ବାଇଁଙ୍କ ରାଜନୈତିକ ଜୀବନ ଓ କାର୍ଯ୍ଯଶୈଳୀ ଉପରେ ଆଲୋକପାତ କରିଥିଲେ। ଏହି ଶ୍ରାଦ୍ଧ ବାର୍ଷିକରେ ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ବ ସମର୍ଥକ ଓ ଶୁଭେଛୁ ଯୋଗଦେଇଥିଲେ ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ।)

Comments (0)
Add Comment