ପୂର୍ବତନ ସରପଞ୍ଚ ଓ ସମିତି ସଭ୍ଯ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲେ।

ପୋଲସରା,୦୩/୧୧(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ ଗ୍ରାମ ଠାରେ ରୁମାଗଡ ପଞ୍ଚାୟତ ବିଜୁ ଜନତା ଦଳର ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି। ରୁମାଗଡ ଗ୍ରାମ ପଞ୍ଚାୟତ ପୂର୍ବତନ ବିଜେପି ସରପଞ୍ଚ ପ୍ରହଲ୍ଲାଦ ବିଷୋୟୀ,ରୁନୁ ବିଷୋୟୀ ଏବଂ ରୁମାଗଡ ବିଜେପି ସମିତିସଭ୍ୟ ଆରତୀ ବିଷୋୟୀଙ୍କ ନେତୃତ୍ୱରେ ୨୫୦ ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Comments (0)
Add Comment