ପୂର୍ବତନ ସରପଞ୍ଚଙ୍କ ପରଲୋକ।

ବେଲଗୁଣ୍ଠା,୨୮/୧୦(ପିପିଟି): ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତ୍ରିନାଥ ଗୌଡ଼ଙ୍କ ଆଜି ୬୯ ବର୍ଷ ବୟସରେ ବିୟୋଗ ଘଟିଛି । ନିଜ ବାସଭବନ ପାଟରାପଲ୍ଲୀ ରେ ଆଜି ଅପରାହ୍ନ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଶେଷ ଦର୍ଶନ ପାଇଁ ପଂଚାୟତ ସମେତ ବିଭିନ୍ନ ସ୍ଥାନରୁ ଖବର ପାଇ ଶତାଧିକ ବିଶିଷ୍ଟ ବ୍ୟକ୍ତି ତଥା ରାଜନେତା ମାନେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ସେ ଜଣେ ପରୋପକାରୀ , ମିଷ୍ଟଭାସି, ଦୟାଳୁ ସ୍ୱଭାବର ବ୍ୟକ୍ତି ଥିଲେ । ୧୯୯୨ ମସିହାରେ ସେ ପ୍ରଥମ ଥର ପ୍ରତାପୁର ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ଉତ୍ତମ କାର୍ଯ୍ୟ ଧାରା ପାଇଁ ସେ ପଞ୍ଚାୟତ ବାସୀଙ୍କ ପ୍ରିୟପାତ୍ର ହୋଇ ଦୁଇଥର ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଧର୍ମ ପତ୍ନୀ ସୁବସିନୀ ଗୌଡ଼ ପୁଣି ଦୁଇଥର ପଞ୍ଚାୟତ ରେ ସରପଞ୍ଚ ଦାୟିତ୍ୱ ତୁଲାଇ ଥିଲେ । ତାଙ୍କ ବାପା ଉତ୍ସବ ଗୌଡ଼ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିବା ବେଳେ ତାଙ୍କ ନିକଟରେ ମଧ୍ୟ ସେଭଳି କିଛି ସ୍ୱଭାବ ପରିଲକ୍ଷିତ ହୋଇଥିଲା । ଶେଷ ସମୟରେ ତାଙ୍କ ନିକଟରେ ତାଙ୍କ ଚାରି ପୁଅ ଶୁଭେନ୍ଦୁ, ସୁଜିତ, ସୁନିଲ, ସୁଶାନ୍ତଙ୍କ ସମେତ ପୁତ୍ରବଧୁ ମାନେ ଓ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ । ତାଙ୍କ ଭାଇ ଆଇନଜୀବୀ ଅଭିମନ୍ୟୁ ଗୌଡ଼ଙ୍କ ସମେତ ଗୋପାଳ ସମାଜର ଜିଲ୍ଲା ସଭାପତି କଳୁଚରଣ ଗୌଡ଼, ତାଲୁକା ସଭାପତି ଶିଵସଙ୍କର ପ୍ରଧାନ, ବ୍ଲକ ବିଜେଡି ସାଧାରଣ ସମ୍ପାଦକ ସୁଶାନ୍ତ ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ପରିବାରକୁ ସମ ବେଦନା ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment