ପୂର୍ବତନ ମୁଖ୍ଯମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ସ୍ମରଣେ ।

ପୂର୍ବତନ ମୁଖ୍ଯମନ୍ତ୍ରୀ ସଦାଶିବ ତ୍ରିପାଠୀ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକ ଅନ୍ତର୍ଗତ ଭାଗୀରଥିପୁର ଶାସନରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ୧୯୧୦ ମସିହା ଏପ୍ରିଲ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ରାମନାଥ ତ୍ରିପାଠୀ ଓ ମାତାଙ୍କ ନାମରାଧାରାଣୀ । ତାଙ୍କ ଭାଇ ଲିଙ୍ଗରାଜ ତ୍ରିପାଠୀ ଅପୁତ୍ରିକ ଥିବାରୁ ଶିଶୁ ସଦାଶିବ ତ୍ରିପାଠୀଙ୍କ ଦତପୁତ୍ର କରିଥିଲେ । ତାଙ୍କ ତତ୍ତ୍ବବଧାନରେ ସଦାଶିବଙ୍କ ଶୈଶବ ଜୀବନ ଅତିବାହିତ ହୋଇଥିଲା । ପରବର୍ତ୍ତି ସମୟରେ ତାଙ୍କ ପରିବାର କୋରାପୁଟ ଜିଲ୍ଲାର ନବରଙ୍ଗପୁର ଠାରେ ବସତିସ୍ଥାପନ କରି ରହିଲେ । ସେ ନବରଙ୍ଗପୁରରେ ପ୍ରାଥମିକ ବିଦ୍ଯା ଆରମ୍ଭ କରି ମଧ୍ଯ ଇଂରାଜୀ ପାଠ ପାଶ କଲା ପରେ ଜୟପୁର ହାଇ ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ କୃତିତ୍ବର ସହ ମେଟ୍ରିକ ପାଶ କଲା ପରେ ୧୯୩୧ ମସିହାରେ ବ୍ରହ୍ମପୁରକୁ ଯାଇ ଶିକ୍ଷକ ତାଲିମ ଗ୍ରହଣ କକିଥିଲେ ।ସଦାଶିବ ତ୍ରିପାଠୀ ଶିକ୍ଷତ ତାଲିମ ସମାପ୍ତ କଲା ପରେ ଜୟରୁରରେ ପ୍ରଥମେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଅଳ୍ପ ଦିନ ମଧ୍ଯରେ ଅସାଧାରଣ ପାଣ୍ଡିତ୍ଯ ତଥା ବାଗ୍ମିତା ବଳରେ ଜଣେ ଉତ୍ତମ ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରିୟପାତ୍ର ହୋଇ ପାରିଥିଲେ । ସେ ଜଣେ ଭଲ ବକ୍ତା ମଧ୍ଯ ଥିଲେ । ପରେ ଦେଶ ମାତୃକାର ସେବା କରିବା ପାଇଁ ମନରେ ପ୍ରବଳ ଆଗ୍ରହ ସୃଷ୍ଟି ହେଲା । ସେ ସ୍ବାଧୀନତା ସଂଗ୍ରାମୀ ରୀଧାକୃଷ୍ଣ ବିଶ୍ବାସରାୟ, ରାଧାମୋହନ ସାହୁ,ଲକ୍ଷ୍ମଣ ନାୟକ, ମାଧବ ପ୍ରଧାନ,ସଦାନନ୍ଦ ମହାନ୍ତିଙ୍କ ସଂସ୍ପର୍ଶରେ ଆସି ଦେଶ ସ୍ବାଧୀନତା ଆନ୍ଦୋଳନରେ ନିଜକୁ ସମର୍ପିତ କଲେ । ଏଣୁ ୧୯୩୪ ମସିହାରେ ଶିକ୍ଷକତା ଚାକିରୀକୁ ପରିତ୍ଯାଗ କରି କଂଗ୍ରେସରେ ଯୋଗଦେଲେ ।୧୯୩୫ ମସିହାରେ ନବରଙ୍ଗପୁର ତାଲୁକାରେ କଂଗ୍ରେସ କାର୍ଯ୍ଯାଳୟ ଖୋଲା ହେଲା । କଂଗ୍ରେସ ସଂଗଠନକୁ ସୁଦୃଢ କରାଗଲା ।୧୯୩୬ ମସିହା ଏପ୍ରିଲ ପହିଲାରେ ସ୍ବତନ୍ତ୍ର ଓଡିଶା ଗଠନ ହେଲା ପରେ ଜୟପୁର ଜମିଦାରୀ ମାଡ୍ରାସ ପ୍ରେସିଡେନ୍ସି ଠାରୁ ଅଲଗା ହୋଇ ଓଡିଶାରେ ମିଶ୍ରଣ ହେଲା ।ନବରଙ୍ଗପୁର ତାଲୁକା ସବଡିଭିଜନର ମାନ୍ଯତା ପାଇଲା ।ନବରଙ୍ଗରୁରେ କଂଗ୍ରସର ପ୍ରଚାର ପ୍ରସାର ଦାୟିତ୍ବ ରାଧାକୃଷ୍ଣ ବିଶ୍ବାସରାୟ,ରାଧାମୋହନ ସାହୁ, ସଦାଶିବ ତ୍ରିପାଠୀ ଓ ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ । ୧୯୩୭ ମସିହାରେ ସଦାଶିବ ତ୍ରିପାଠୀ ନବରଙ୍ଗପୁର ସବଡିଭିଜନର କଂଗ୍ରେସ ସଭାପତି ଭାବେ ମନୋନୀତ ହେଲେ । ୧୯୪୦ ମସିହାରେ ରାଧାକଷ୍ଣ ବିଶ୍ବାସରାୟ ଓଡିଶା ପ୍ରଦେଶର ସଭାପତି ହେଲେ । ସେହି ସମୟରେ ସଦାଶିବ ତ୍ରିପାଠୀ ସତ୍ଯାଗ୍ରହ ଆନ୍ଦୋଳନରେ ଯୋଗ ଦେଇ କାରାବରଣ କଲେ ।ତା:୧୧.୦୮.୧୯୪୨ ଗିରଫ କରି କୋରାପୁଟ ଜେଲକୁ ପଠାଇ ଦିଆ ଗଲା ଏବଂ ୧୯୪୫ ମସିହା ପର୍ଯ୍ଯନ୍ତ ୩ ବର୍ଷ କାଳ ବ୍ରହ୍ମପୁର କେନ୍ଦ୍ରୀୟ ଜେଲରେ କରାବରଣ କରିଥିଲେ । ମାର୍ଚ୍ଚ ୨୯,୧୯୪୩ ମସିହାରେ ବ୍ରହ୍ମପୁର ଜେଲରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯିବା ସମୟରେ ସଦାଶିବ ତ୍ରିପାଠୀ ମଧ୍ଯ ସେହି ଜେଲରେ ଥିଲେ । କେବଳ ସଦାଶିବ ତ୍ରିପାଠୀ ସାହସର ସହିତ ଲକ୍ଷଣ ନାୟକଙ୍କ ପ୍ରକୋଷ୍ଠରେ ପ୍ରବେଶ କରି କଥାବାର୍ତ୍ତା କରିଥିଲେ । ସଦାଶିବ ତ୍ରିପାଠୀ ଲକ୍ଷ୍ମଣ ନାୟକଙ୍କୁ ଭେଟି ତାଙ୍କର ଶେଷ ଇଛା କ’ଣ ପଚାରିଥିଲେ । ଲକ୍ଷ୍ମଣ ନାୟକ କହିଥିଲେ-ଭାରତ ନିଶ୍ଚୟ ସ୍ବାଧୀନ ପାଇବ,ହେଲେ ସ୍ବାଧୀନ ଭାରତକୁ ମୁଁ ସ୍ବଚକ୍ଷୁରେ ଦେଖି ପାରିବି ନାହିଁ । ଏଇଟା ହିଁ ଜୀବନରେ ଅବଶୋଷ ରହିଗଲା । ସେଠାରୁ ଲୋତକ ପୂର୍ଣ୍ଣ ନେତ୍ରରେ ସଦାଶିବ ତ୍ରିପାଠୀ ଉପାୟ ଶୂନ୍ଯ ହୋଇ ଫେରିଥିଲେ । ସେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଓ ଉମରକୋଟ ନିର୍ବାଚନ ମଣ୍ଜଳୀରୁ ୧୯୩୭,୧୯୪୬,୧୯୫୨,୧୯୫୭,୧୯୬୧,ଓ୧୯୭୬. ମସିହାରେ ଓଡିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ସମୟ ମଧ୍ୟରେ ଡ. ହରେକୃଷ୍ଣ ମହତାବ.ନବକୃଷ୍ଣ ଚୌଧୁରୀ,ବିଜୁପଟ୍ଟନାୟକ ଓ ବୀରେନ ମିତ୍ରଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ସେ ରାଜସ୍ବ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରି ଗୌରବ ଅର୍ଜନ କରିଥିଲେ । ସଦାଶିବ ତ୍ରିପାଠୀ ରାଜସ୍ବ ମନ୍ତ୍ରୀ ହେବା ପରେ ପ୍ରଥମେ ଜମିଦାରୀ ଉଛେଦ ଆଇନ ୧୯୫୧ ଏବଂ ଓଡିଶା ଭୂସଂସ୍କାର ଆଇନ ୧୯୬୦ ପ୍ରଣୟନ ହୋଇଥିଲା । ଏହି ସମୟରେ ବହୁ ଗରିବ ଲୋକମାନଙ୍କୁ ସଦାଶିବ ତ୍ରିପାଠୀ ନିଜର ଶହ ଶହଏକର ଏକର ଜମି ବାଣ୍ଟି ଦେଇଥିଲେ ।ଆଚାର୍ଯ୍ଯ ବିନୋବା ଭାବେଙ୍କ ନେତତ୍ବରେ ଆରମ୍ଭ ହୋଇଥିବା ଭୂଦାନ ଆନ୍ଦୋଳନରେ ସକ୍ରୀୟ ଯୋଗଦାନ ଦେଇ ଭୂମିମାଲିକମାନଙ୍କ ଠାରୁ ଭୂଦାନ ଗ୍ରହଣ କରି ଭୂମିହୀନଙ୍କ ମଧ୍ଯରେ ବିତରଣ କରିବା ମଖ୍ଯତଃ ଏହି ଆନ୍ଦୋଳନର ଆଭିମୁଖ୍ଯଥିଲା । ସେ ୧୯୫୮ ରୁ ୧୯୬୧ ପର୍ଯ୍ଯନ୍ତ ଓଡିଶା ଭୂଦାନ ଯଜ୍ଞ ସମିକିର ସଂପାଦକ ଦାୟିତ୍ଯ ନିର୍ବାହ କରି ଥିଲେ ।୧୯୫୨ ରୁ ୧୯୬୫ ମସିହା ପର୍ଯ୍ଯନ୍ତ ରାଜସ୍ବ,ଜଙ୍ଗଲ ଓ ଅବକାରୀ ମନ୍ତ୍ରୀ ଥିଲେ । ୧୯୬୫ ସମିହାରେ ଫେବୃଆରୀ ବୀରେନ ମିତ୍ର ଇସ୍ତଫା ଦେବା ପରେ ୧୯୬୫ମସିହୀ ଫେବ୍ରୁଆରୀ ୨୧ ତାରିଖରୁ ୧୯୬୭ ମସିହା ମାର୍ଚ୍ଚ ୮ ତାରିଖ ଅର୍ଥାତ ୨ ବର୍ଷକାଳ ସଦାଶିବ ତ୍ରିପାଠୀ ଓଡିଶାର ମୁଖ୍ଯମନ୍ତ୍ରୀ ଆସନରେ ଅଳଂକୃତ ହୋଇଥିଲେ ।ସମ୍ବଲପୁର ବିଶ୍ବ ବିଦ୍ଯାଳୟ ସ୍ଥାପନ,ବ୍ରହ୍ମପୁର ବିଶ୍ବ ବିଦ୍ଯାଳୟ ସ୍ଥାପନ,ଶ୍ରୀମନ୍ଦିରେ ଆଲୋକିକରଣ,କୋରାପୁଟ ଜିଲ୍ଲା ଗେଜିଟିଅର ପ୍ରସ୍ତୁତି ଆଦି ଉଲ୍ଲେଖନୀୟ କାର୍ଯ୍ଯ କରିଥିଲେ ।୧୮୬୬ରେ ସେ ଓଡିଶା ସାହିତ୍ଯ ଏକାଡେମୀର ସଦସ୍ଯ ଥିଲେ । ଏହା ବ୍ଯତୀତ ସେ ସମାଜ ଓ ପ୍ରଜାତନ୍ତ୍ର ଖବର କାଗଜରେ ସାମ୍ବାଦିକତା କାର୍ଯ୍ଯ ସଂପାଦନ କରିଥିଲେ ।୧୯୭୧ ମସିହାରେ ନିର୍ବାଚନରେ ପରାସ୍ତ ହେଲା ପରେ ସେ ସକ୍ରୀୟ ରାଜନୀତିରୁ ଅବସର ନେଇଥିଲେ । ୧୯୮୦ ସେପ୍ଟେମ୍ବର ୯ ତାରିଖ ଦିନ ତାଙ୍କର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକଲ କଲେଜ ହସ୍ପିଟାଲରେ ତାଙ୍କର ତିରୋଧାନ ହୋଇଥିଲା ।ବ୍ରହ୍ମପୁର ବିଶ୍ବବିଦ୍ଯାଳୟ ତରଫରୁ ତାଙ୍କୁ ମରଣୋତ୍ତର ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା ।
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

(ଆଲେଖ୍ଯ:କେଶବ ଚନ୍ଦ୍ର ନାୟକ)

Comments (0)
Add Comment