ପୂର୍ବତନ କାଜୁ ସଙ୍ଘ ସଭାପତିଙ୍କ ବିୟୋଗ ।

କୋଦଳା,୨୨/୦୬(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝୁରି ପଞ୍ଚାୟତ କନିଆରୀବାଡ଼ି ଗ୍ରାମ ବାସିନ୍ଦା ଆଦିକନ୍ଦ ସାହୁଙ୍କ ଶୁକ୍ରବାର ବିଳମ୍ବିତ ରାତ୍ର ରେ ଦେହାନ୍ତ ହୋଇଯାଇଛି । ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ । ସେ ଅତି କମ ବୟସରୁ ସାଇକେଲ ରେ ନିଜର ବ୍ୟବସାୟ ଆରମ୍ଭ କରି ବର୍ତ୍ତମାନ ସେ ଏକ ସଫଳ ବ୍ୟବସାୟୀ ହେବା ସହିତ ପ୍ରଥମ କାଜୁଶିଳ୍ପ ସଂସ୍ଥା ଆରମ୍ଭ କରି କାଜୁ ବ୍ୟବସାୟ ସଂଘର ପ୍ରଥମ ସଭାପତି ମଧ୍ୟ ହୋଇପାରିଥିଲେ । ତତସହିତ ସେ ଜଣେ ଧାର୍ମିକ ବ୍ୟକ୍ତି ସହିତ ପରାଉପକାରୀ ମଣିଷ ଟିଏ ଥିଲେ ।ମୃତ୍ୟୁ ଖବର ଶୁଣି ଶନିବାର ସକାଳୁ ନିଜ ବାସଭବନକୁ ବହୁ ବିଶିଷ୍ଠ ବ୍ୟକ୍ତି ଜମା ହୋଇ ସ୍ବର୍ଗତ ଆଦିକନ୍ଦଙ୍କ ଶେଷ ଦର୍ଶନ କରିଥିଲେ । ମୃତ ଶରୀର ନିକଟ ରେ ପୁତ୍ର, ପୁତ୍ରବଧୂ,ଭାଇ,ନାତି,ନାତୁଣୀ ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିବାବେଳେ ଗ୍ରାମରେ ଶୋକାକୁଳ ପରିବେଶ ଶୃଷ୍ଟି ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Comments (0)
Add Comment