ପୂର୍ବତନ ଏନ୍ଏସି ଅଧ୍ୟକ୍ଷଙ୍କ ପରଲୋକ ।

ଭଞ୍ଜନଗର,୨୩/୦୫(ପିପିଟି): ଭଞ୍ଜନଗର ଏନଏସି ର ପୂର୍ବତନ ଅଧ୍ୟକ୍ଷ ଏମ.ଡି ଲତିଫ୍ ରହେମାନ (୮୦)ଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଭଞ୍ଜନଗର ଏନ୍ଏସିର ପ୍ରତ୍ୟକ୍ଷ ଅଧ୍ୟକ୍ଷ ଭାବେ ୧୯୯୨ ମସିହାରେ ନିର୍ବାଚିତ ହୋଇଥିଲେ।ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ମଧ୍ୟାହ୍ନରେ ସ୍ବର୍ଗତ ଲତିଫଙ୍କ ମୃତଦେହକୁ ତାଙ୍କର ବାଟା ଲେନ ସ୍ଥିତ ବାସଭବନରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟକୁ ଅଣା ଯାଇଥିଲା।ସେଠାରେ ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବିଜେଡି ଏନ୍ଏସି ସଭାପତି ରାଜେନ୍ଦ୍ର ବିଷୋୟୀ, ପୂର୍ବତନ ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ଏମ. ତାଜ ଆଦେନୀ,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଶୂଳପାଣି ଶତପଥିଙ୍କ ସମେତ ବହୁ କାଉନସିଲର ଓ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ତାଙ୍କ ଶବାଧାରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମୁସଲମାନ ଭାଇ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment