ପୂଜ୍ୟପୂଜା ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ।

ବୋଲଗଡ଼,୦୫/୧୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମପଞ୍ଚାୟତ ଆନୁକୁଲ୍ୟରେ ସାନପଦର ଗ୍ରାମ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପୂଜ୍ୟପୂଜା ସମାରୋହ ଏବଂ ସମ୍ବର୍ଦ୍ଧନା ଉତ୍ସବ ପୂଜ୍ୟପୂଜା ସଂସଦ ର ସଭାପତି ରାଜକିଶୋର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବୋଲଗଡ଼ ତହସିଲଦାର ସନ୍ତୋଷିନି ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅଞ୍ଚଳର ସାନପଦର ଗ୍ରାମପଞ୍ଚାୟତ,ପିଚୁକୁଳି ଗ୍ରାମ ପଞ୍ଚାୟତ ଏବଂ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନ ପ୍ରାୟ ୧୦ ଟି ଗ୍ରାମରୁ ତିନି ଶହ ରୁ ଅଧିକ ବୟୋଜ୍ୟେଷ୍ଠ ତଥା ବରିଷ୍ଠ ବୃଦ୍ଧ ବୃଦ୍ଧା ନାଗରିକ ମାନେ ଯୋଗଦେଇ ଥିଲେ। ପ୍ରଥମେ ସମସ୍ତ ବରିଷ୍ଠ ନାଗରିକ ଙ୍କୁ ଗ୍ରାମପଞ୍ଚାୟତ ଠାରୁ କବିଙ୍କ ପୀଠ ପର୍ଯ୍ୟନ୍ତ ପାଛୋଟି ନିଆଯାଇ , ସେମାନଙ୍କର ପାଦଧୌତ କରାଗଲା ଓ ପରେ ପୁଷ୍ପ ଚନ୍ଦନ ଦେଇ ବନ୍ଦାପନା କରି ମଞ୍ଚକୁ ନିଆଗଲା । ଏହି କାର୍ଯ୍ୟକ୍ରମରେ ତିନୋଟି ପଞ୍ଚାୟତ ଅନ୍ତର୍ଗତ ଗ୍ରାମରୁ ଯେଉଁ ମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ନିରବପ୍ରାର୍ଥନା କରାଗଲା । ପରେ ପରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ଉପଢୌକନ ପ୍ରଦାନ କରାଯାଇ ପ୍ରସାଦ ସେବନ କରାଗଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସାନପଦର ଗ୍ରାମପଞ୍ଚାୟତର ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ବ୍ଲକ SCO କାମଦେବ ନାୟକ , ଖୋର୍ଦ୍ଧା ଓକିଲ ସଂଘର ପ୍ରାକ୍ତନ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି , ଡ଼ା ଶରତ କୁମାର ପାଇକରାୟ ,ଉଦ୍ୟକ୍ତା ଅଜୟ କୁମାର ମଙ୍ଗରାଜ , ଶିକ୍ଷାବିତ୍ ବିଜୟ କୁମାର ସାହୁ , ସମିତିସଭ୍ୟ ଦିଲୀପ କୁମାର ମହାପାତ୍ର, ତ୍ରିଲୋଚନ ମହାନ୍ତି, ବସନ୍ତ ପାଇକରାୟ ପ୍ରମୁଖ ବାର୍ଦ୍ଧକ୍ୟ ସମୟରେ ଅସୁବିଧା ଏବଂ ପିତୃ ଭକ୍ତି ପାଳନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ସମାରୋହକୁ ଶିକ୍ଷକ ଶ୍ରୀକାନ୍ତ କୁମାର ନାୟକ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମକୁ ରାଜକିଶୋର ବରାଡ଼, ବିଜୟ ଗୁମାନସିଂହ, ଦୁର୍ଗାଚରଣ ମହାପାତ୍ର,ଅନୁପମା ବଳିଆର ସିଂହ ,ସଞ୍ଜୟ କୁମାର ସାହୁ , ମନୋଜ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment