ପୁସ୍ତପୁର ଠାରେ କାର ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ସମେତ ମହିଳା ଗୁରୁତର ।

କୋଦଳା,୦୭/୦୫(ପିପିଟି) :ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ପୁସ୍ତପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏକ କାର (OR07T7485) ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ କାର ଟି ଖଲ୍ଲିକୋଟ ଠାରୁ ପୁରୁଷୋତମପୁର ଅଭିମୁଖେ ଯାଉଥିବା ସମୟରେ ବ୍ରେକ ଫେଲ ହୋଇଯାଇଥିଲା!ଗାଡିକୁ କୌଣସିମତେ ଅଟକାଇବା ପାଇଁ ଡ୍ରାଇଭର ଚେଷ୍ଟାକରି ନିକଟରେ ଥିବା ପୁସ୍ତପୁର ଗ୍ରାମର ଝୁନୁ ଗୌଡ଼ (୪୫) ଙ୍କ ଘର ଆଗରେ ଥିବା ଗୁଡ଼ି ଗଦା ଉପରେ ଚଢ଼ାଇଦେଇଥିଲା । ସେ ସମୟରେ ଝୁନୁ ଗୌଡ଼ ସେଠାରେ ଉପସ୍ଥିତ ଥିବା ଯୋଗୁଁ କାର ଟି ଝୁନୁ ଙ୍କୁ ଧକ୍କା ଦେଇଥିଲା । ଏଥିରେ ଡ୍ରାଇଭର ସମେତ ଝୁନୁ ଗୌଡ଼ ଗୁରୁତର ଆହତ ହୋଇଥିଲେ!ଉଭୟଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ସୂଚନା ମିଳିଛି । ଖବର ପାଇ ବେଗୁନିଆପଡା ଫାଣ୍ଡି ଏଏସଆଇ ଶରତ ଚନ୍ଦ୍ର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment