ପୁଳେଶ୍ୱର ଗ୍ରାମରେ ଅଗ୍ନିକାଣ୍ଡ; ୩୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ।

ପୁଳେଶ୍ୱର ଗ୍ରାମରେ ଅଗ୍ନିକାଣ୍ଡ; ୩୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ।

ଉଲୁଣ୍ଡା,୨୯/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶର ଗାଁ ରେ ଗତ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଜୈନିକ ବ୍ୟକ୍ତିଙ୍କର ୩୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଅଭିଯୋଗ ହୋଇଛି । ସୁଚନା ଅନୁସାରେ ପୁଲେଶର ଗାଁ ର ପିତାମ୍ବର ଭୁକ୍ତା ନାମକ ଛେଳି ଚାଷି ଆଜି ନିଜ ଛେଳି ଗୁଡିକ ଚରାଇବା ପରେ ନିଜ ଗୁହାଳରେ ସନ୍ଧ୍ୟାରେ ଭର୍ତ୍ତି କରିଥିଲେ । ସବୁଦିନ ଭଳି ପିତାମ୍ବର ଏବଂ ତାଙ୍କ ସ୍ତ୍ରୀ ଉଭୟେ ଗୁହାଳ ର ଅଳ୍ପଦୂରରେ ଥିବା ଘରକୁ ଖାଇବାକୁ ଯାଇଥିଲେ । କୌଣସି କାରଣରୁ ଛେଳି ଗୁହାଳରେ ହଠାତ ନିଆଁଲାଗି ଯାଇଥିଲା । ଗୁହାଳରେ ନିଆଁ ଲାଗିଯାଇଥିବା ଜାଣିପାରି ଖାଇବା ସ୍ଥାନ ରୁ ଉଠିଆସି ନିଆଁକୁ ଆୟତ୍ତ କରିବାକୁ ପ୍ରଥମେ ଚେଷ୍ଟା କରିଥିଲେ ।ପରେ ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ସହାୟତାରେ ନିଆଁ କୁ କିଛି ମାତ୍ରାରେ ଆୟତ୍ତ କରିଥିଲେ । ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ସେତେ ବେଳକୁ ଗୁହାଳରେ ଥିବା ୩୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥବା ଜଣାପଡିଛି । କ୍ଷତିଗ୍ରସ୍ତ ଚାଷୀ ପିତାମ୍ବରଙ୍କୁ ସରକାରଙ୍କ ତରଫରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment