ପୁଲୱାମା ସହିଦ ଜବାନଙ୍କ ଷଷ୍ଠ ବର୍ଷ ପୁର୍ତ୍ତି ଅବସରରେ କ୍ୟାଣ୍ଡେଲ ଶୋଭାଯାତ୍ରା।

ପୋଲସରା ,୧୪/୦୨(ପିପିଟି): ଆଜି ପୁଲୱାମା ସହିଦ ଜବାନଙ୍କ ଷଷ୍ଠ ବର୍ଷ ପୁର୍ତ୍ତି ଅବସରରେ ଗଂଜାମ ଜିଲ୍ଲା ପୋଲସରା ଠାରେ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାନୀୟ କଲେଜର ଏନସିସି ଛାତ୍ରୀଙ୍କ ସମେତ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର, ବିଭିନ୍ନ ସଂଗଠକ ଏଵଂ ସାଧାରଣ ଜନତାଙ୍କ ତରଫରୁ ସ୍ଥାନୀୟ ତହସିଲ୍ କାର୍ଯ୍ୟାଳୟ ଠାରୁ ଏକ କ୍ୟାଣ୍ଡେଲ ନିରବ ଶୋଭାଯାତ୍ରା ବାହାର କରାଯିବାସହ ସମଗ୍ର ନଗର ପରିକ୍ରମା କରାଯାଇଥିଲା। ପରେ ସହରସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ପୀଠରେ ଏହି ଶୋଭାଯାତ୍ରା ସମାପ୍ତ ହୋଇଥିଲା।ଏହି ଅବସରରେ ଶହିଦ ମାନଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଦିଆଯାଇ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଦୁଇ ମିନିଟ ସମୟ ନିରବ ପ୍ରାର୍ଥନା କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment