ପୁଲିସ ହାଉସିଂ କର୍ପୋରେସନ ଡିଜିଏମଙ୍କ ଘରେ ଭିଜିଲାନ୍ସ ଚଢାଉ ।

ବ୍ରହ୍ମପୁର,୧୮/୧୧(ପିପିଟି): ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ଇଂ ସୁବାସଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଏକାଧିକ ଟିମ୍ ଆଜି ସକାଳୁ ଡିଜିଏମଙ୍କ ବ୍ରହ୍ମପୁର ଖାରବେଳନଗର ସ୍ଥିତ ବାସଭବନ, ମେଡିକାଲ ବ୍ୟାଙ୍କ୍ କଲୋନୀ ପ୍ରଥମ ଲାଇନ୍ ସ୍ଥିତ ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱରର ଆଇଗିଣିଆ ଶଙ୍କରପୁର ଓ ମଞ୍ଚେଶ୍ୱର୍ ବରୀମୁଣ୍ଡା ସ୍ଥିତ ବାସଭବନରେ ଚଢ଼ାଉ ଜାରି ରଖିଛି । ଇଞ୍ଜିନିୟର ପଣ୍ଡା ୨୦୨୨ ଠାରୁ ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟର ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ନିକଟରେ ତାଙ୍କର ଡିଜିଏମ ପାହ୍ୟାକୁ ପଦୋନ୍ନତି ହୋଇଥିଲା । ଚଢାଉ ଶେଷ ପରେ ସବିଶେଷ ତଥ୍ଯ ଆସିବ।

Comments (0)
Add Comment