ପୁଲିସ ତାର କାର୍ଯ୍ୟଧାରା ପରିବର୍ତ୍ତନ ନକରେ ତାହାଲେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅଭିଯୋଗ କରାଯିବ- ପ୍ରଣବ ।

ଯାଜପୁର,୨୭/୧୦(ପିପିଟି): ଧମର୍ଶାଳା ନିର୍ବାଚନ ମଣ୍ଡଳୀରେ ଏବେ ସୋସିଆଲ ମିଡିଆରେ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ଲଢେଇ ଜୋରଦାର ଚାଲିଥିବା ବେଳ ଏଭଳି ଏକ ପୋଷ୍ଟକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ମୁତାବକ ସୋସିଆଲ ମିଡିଆରେ ସମୋଲାଚନାକୁ ନେଇ ବିଜେଡ଼ି ଦଳର ଯୁବ ସଂଗଠକ ସୁବ୍ରତ କୁମାର ଧଳ ଓ ଛାତ୍ର ସଙ୍ଗଠକ ମାନସ କୁମାର ମହାନ୍ତିଙ୍କ ବିରୁଦ୍ଧରେ ଦେଉଳିପାଳ ଗ୍ରାମର ବିଶ୍ୱଜିତ ସ୍ୱାଇଁ ଧମର୍ଶାଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୭୬୫/୨େ୪ର ଏକ ମାମଲା ରୁଜୁ କରି ଉଭୟଙ୍କୁ ଆଜି ଥାନାକୁ ଡାକି ପଚରା ଉଚରା କରିଥିଲା । ଏହି ଖବର ପାଇ ଧମର୍ଶାଳା ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ନିଜ ସମଥର୍କଙ୍କ ସହ ଥାନାରେ ପହଞ୍ଚି ସେଠୋର ଉପସ୍ଥିତ ଥିବା ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ ଓ ଥାନା ଅଧିକାରୀ ତପନ କୁମାର ନାୟକଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଆଇନ ସମସ୍ତଙ୍କ ପାଇଁ ସମାନ, ବିଗତ ଦିନେର ବିଜେଡି ସମଥର୍କଙ୍କ ଦ୍ୱାରା ହୋଇଥିବା ଅଭେିଯାଗକୁ ପୁଲିସ ହାଲୁକା ଭୋବ ନେଉଥିଲା ବେଳେ ଏବ ସାମାନ୍ୟ ଅଭେିଯାଗେର ପୁଲିସ ବିଜେଡି ସମଥର୍କଙ୍କୁ ଥାନାକୁ ଡାକି ଧମକ ଚମକ ଦେଉଛି । ନିର୍ବାଚନ ୪ ମାସ ପେର ମଧ୍ୟ ପୁଲିସ ସମସ୍ତଙ୍କ ପାଇଁ ସଠିକ ଢଙ୍ଗେର କାମ କରୁ ନାହିଁ ବୋଲି ଧମର୍ଶାଳା ପୂର୍ବତନ ବିଧାୟକ କହିଛନ୍ତି । ପୁଲିସ ତାର କାର୍ଯ୍ୟଧାରାରେ ପରିବର୍ତ୍ତନ ନ ଆଣେିଲ ଉପରସ୍ଥ ଅଧିକାରୀଙ୍କ ପାଖେର ଏନଇ ଅଭେିଯାଗ କରାଯିବ ବୋଲି ଶ୍ରୀ ବଳବନ୍ତରାୟ ଚେତାବନୀ ଦେଇଥିଲେ ଏହା ସହିତ କହିଛନ୍ତି ଶାନ୍ତ ଧର୍ମଶାଳା ଏବେ ଅଶାନ୍ତ ହେବାରେ ଲାଗିଛି ଯାହାକି କିଛି ଦିନ ପୂର୍ବରୁ ମୁଁ ଯାଜପୁର ପ୍ରଶାସନ ଅବଗତ କରାଇଛି ।

Comments (0)
Add Comment