ପୁରୁଣାକୁ ମରାମତି କରି ରାତାରାତି ହୋଇଯାଉଛି ବ୍ରିଜ !

ଦିଗପହଣ୍ଡି,(ପିପିଟି)୧୨/୦୫,ଗଞ୍ଜାମ ଗଜପତି ସୀମାନ୍ତ ଉଜ୍ଜଳେଶ୍ବର ଶୈବ ପୀଠ ଠାରୁ ଭାୟା ପୁରୁଣାପାଣି ,ତରଭଙ୍ଗ ହୋଇ ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମ୍ନ ମାନର ଚାଲିଥିବା ଦେଖିବାକୁ ମିଳିଛି । କୋଭିଡ୧୯ ସମୟରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସୁହାଇଥିବା ପରିଲଖିତ ହୋଇଛି। ଆଦିବାସୀ ଅଧୁଷିତ ଏହି ଉପାନ୍ତ ଅଞ୍ଚଳରେ ଦେଖିବାକୁ କେହି ନାହିଁ କି କହିବାକୁ କେହି ନଥିବା ନ୍ୟାୟରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଯେତିକି ତ୍ୱରାନ୍ୱିତ ହେଉଛି ସେତିକି ତାହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ନେବାରୁ ଜଣାପଡ଼ିଛି ଯେ। ଗଜପତି ଜିଲାର କାର୍ଯ୍ୟ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ଡିଭିଜନର ରାସ୍ତା ନିର୍ମାଣ ପ୍ୟାକେଜ ପାଇଁ ଅନୁଦାନ ଆସିଥିବା ବେଳେ ଚିତ୍ତ ରଞ୍ଜନ ପ୍ରଧାନ ନାମକ ଜଣେ ଠିକାଦାର ନେଇ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷ ମାନଙ୍କ ହାତକୁ ଟେକିଦେଇ ଘରେ ବସି ନିର୍ଦ୍ଧିଷ୍ଟ ପରସେଣ୍ଟିଜ ଡିଲ କରିଦେଇଛନ୍ତି। ସେହିପରି ଗଜପତି ଜିଲ୍ଲାର ସମ୍ପୃକ୍ତ ଅଞ୍ଚଳର ପଞ୍ଚାୟତ କର୍ତ୍ତୃପକ୍ଷ, ଜନ ପ୍ରତିନିଧି ଏବଂ ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ଡିଭିଜନର ଯନ୍ତ୍ରୀ ମାନଙ୍କୁ ହାତର କରି ଏହି ରାସ୍ତା ନିର୍ମାଣ ବେଶ ସୁରୁଖୁରୁରେ ଚାଲିଥିବା ଦେଖିବାକୁ ମିଳିଛି। ପୁରୁଣାପାଣି ଗାଁ ପର୍ଯ୍ୟନ୍ତ ରାସ୍ତାରେ ୨୦ ଟି ଛୋଟବଡ ପୋଲ ରହିଥିବା ବେଳେ ପୁରୁଣା କଲଭର୍ଟ କୁ ହିଁ ନିକଟରେ ହ୍ୟୁମ ପାଇପ ପକେଇ ନୂଆ ଢ଼ଳେଇର ଋପ ଦିଆଯାଉଥିବା ଦେଖିବାକୁ ମିଳିଛି। ସେହିପରି ମହାଲକ୍ଷ୍ମୀ ସିମେଣ୍ଟରେ ସମସ୍ତ କାର୍ଯ୍ୟ କରାଯାଉଥିବା ବେଳେ ସାଇଟରେ କେହି ତଦାରଖ କରିବାକୁ ରାହୁନଥିବାରୁ ମନ ଇଚ୍ଛା କାର୍ଯ୍ୟ ଚାଲିଛି। ଉକ୍ତ ରାସ୍ତା ଅତିକ୍ରମ କରିବା ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଶେଷ ଗାଁ ଦିକିଲି ରହିଛି। ସ୍ୱାଧୀନତା ପରଠାରୁ ଏହି ଗାଁ ଲୋକଙ୍କ ପାଇଁ ରାସ୍ତା ସାତ ସପନ ହୋଇଥିବା ବେଳେ ନିକଟରେ ଏହି ରାସ୍ତା ସବୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ହୋଇଛି। ହେଲେ ଏହିପରି ବାଟ ମାରଣା ଯୋଗୁଁ ଉନ୍ନୟନ ମୂଳକ କାର୍ଯ୍ୟ ହେଲେ ମଧ୍ୟ ଲୋକଙ୍କ ମନରେ ଆଗ୍ରହ ରହୁନଥିବା ମତ ପ୍ରକାଶ ପାଇଛି।
ରିପୋର୍ଟ -ସାଇଦୀପ ପୂଜରୀ ।

Comments (0)
Add Comment