ପୁରୀ ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ପେଟ୍ରୋଲ ପକାଇ ଜାଳିବା ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ ନିକଟରେ ମାମଲା ରୁଜୁ କରିଲା ଉତ୍କଳୀୟମ୍ ଫାଉଣ୍ଡେସନ।

ବୋଲଗଡ,୧୯/୦୭(ପିପିଟି): ଓଡିଶାର ଫକୀର ମୋହନ ୟୁନିଭରସିଟି ବାଲେଶ୍ୱର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ମୁର୍ତ୍ୟୁକୁ ନେଇ ସମଗ୍ର ଓଡିଶା ହୁଲସ୍ତୁଲ ହେଉଥିବା ବେଳେ ପୁନଃ ୧୯.୦୭. ୨୦୨୫ରିଖରେ ସକାଳ ୦୮.୩୦ଘଟିକା ସମୟରେ ପୁରୀ ଜିଲ୍ଲା ନିମାପଡା ଅଂଚଳ ଅନ୍ତର୍ଗତ ବଳଙ୍ଗା ଥାନା ଠାରୁ ୧.୫କିମି ଦୂର ତଥା ଭାଗର୍ବୀ ନଦୀର କେନାଲ ରୋଡ଼ ଉପରେ ଏକ ନାବାଳିକା ଛାତ୍ରୀଙ୍କୁ ୩ଜଣ ଦୃବୁର୍ତ୍ତ ଅପହରଣ କରିନେଇ ପେଟ୍ରୋଲ ପକାଇ ଜାଳିବା ମାମଲାରେ ସ୍ଥାନୀୟ ପୋଲିସ ପ୍ରଶାସନର କିମ୍ବା ରାଜ୍ୟସରକାରଙ୍କ ବିଫଳତା ଫଳରେ ତାର ଶରୀରର ୭୦ପ୍ରତିଶତ ଜଳିଯାଇଥିବା ବେଳେ ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ AIIMSରେ ଚିକିତ୍ସିତ ହେଉଛନ୍ତି ଓ ଜୀବନ ମୁର୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହିଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲ ହେଉଥିବା ବେଳେ ତାଙ୍କର ଉତ୍ତମ ଚିକିତ୍ସା ଓ ଦୋଷୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ କଡା ଆଇନତଃ କାର୍ଯ୍ୟାନୁଷ୍ଠାନ ସହ ଉଚିତ ନ୍ୟାୟ ପାଇଁ ଦୃଢ଼ ପ୍ରତିବାଦ ହେଉଥିବା ବେଳେ ଆଜି ଉତ୍କଳୀୟମ ଫାଉଣ୍ଡେସନ ତରଫରୁ ଜାତୀୟ ମାନବିକ ଅଧିକାର କମିଶନ, ନୂଆଦିଲ୍ଲୀଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛି । (ଯାହାର ଡାଏରୀ କେଶ୍ ନଂ – 16951/IN/2025) ଅଟେ । ତତସହିତ ନିଜେ ଉତ୍କଳୀୟମ୍ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯୁବ ଆଇନଜୀବି ରାଜୀବ ଲୋଚନ ପ୍ରଧାନ ହିଁ ଉକ୍ତ ଘଟଣାର ଜାତୀୟ ମାନବିକ ଅଧିକାର କମିଶନଙ୍କ କୋର୍ଟରେ ଅଭିଯୋଗକାରୀ ଅଟନ୍ତି ଓ ସେ କହିଛନ୍ତି “ଉତ୍କଳୀୟମ୍ ଫାଉଣ୍ଡେସନ ହେଉଛି ସର୍ବଦା ଅବହେଳିତଙ୍କ ସ୍ୱର ହୋଇ କାର୍ଯ୍ୟ କରୁଅଛି” । ତେଣୁ ଉକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ସହ ମୃତକ ପରିବାରକୁ ପଚାଶ ଲକ୍ଷଟଙ୍କାର କ୍ଷତିପୂରଣ ପାଇଁ ଉତ୍କଳୀୟମ୍ ଫାଉଣ୍ଡେସନ ତରଫରୁ ନ୍ୟାୟା ଳୟରେ ପାର୍ଥନା ହୋଇଅଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment