ପୁରାତନ ଛାତ୍ର ସଂଗଠନ କାର୍ଯ୍ୟକାରିଣୀ କମିଟିର ବୈଠକ ।

ବେଲଗୁଣ୍ଠା,୦୪/୧୦(ପିପିଟି); ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ କାର୍ଯ୍ୟକାରିଣୀ କମିଟିର ଏକ ଜରୁରୀ ବୈଠକ କ୍ଷତ୍ରିୟବରପୁର ସ୍ଥିତ ଏମସିସି ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରିଣୀ କମିଟି ଅଧ୍ୟକ୍ଷ ଗୋରାଚାନ୍ଦ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ଶିଶିର କୁମାର ସ୍ଵାଇଁ, ଆରତି ପାତ୍ର, କୋଷାଧ୍ୟକ୍ଷ ରାମ ଚନ୍ଦ୍ର ମହାନ୍ତି, ସହ ସମ୍ପାଦକ ସ୍ୱସ୍ତୀ ସୁନ୍ଦର ସିୟ, ଚିନ୍ମୟ ପୋଲେଇ, କାର୍ଯ୍ୟକାରିଣୀ କମିଟି ସଦସ୍ୟ ରମେଶ ଚନ୍ଦ୍ର ସାହୁ, ତରଣି ସେନ୍ ସେଠୀ, ଛାୟାକାନ୍ତ ମହାପାତ୍ର , ମୂନେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଗତ ଜୁଲାଇ ୨୬ ତଥା ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଇହ ଲୀଳା ସମ୍ବରଣ କରିଥିବା ଇତିହାସ ବିଭାଗ ପ୍ରାଧ୍ୟାପକ ସ୍ଵର୍ଗତ ଡ.ପ୍ରଦୀପ ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ସହ ସମ୍ପାଦକ ଚିନ୍ମୟ ପୋଲାଇ ଗତ ୧୮ ଜୁଲାଇ ବୈଠକର ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ସ୍ୱସ୍ତୀ ସୁନ୍ଦର ସିୟ ଆଜିର ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବୈଠକରେ ସଭ୍ୟ ସଂଗ୍ରହ ରଣନୀତି, ଆର୍ଥିକ କାରବାର ଏବଂ ସ୍ମରଣିକା ଉନ୍ମୋଚନ ଉପରେ ଆଲୋଚନା କରାଯାଇଥିଲା । ଶେଷରେ ଉପସଭାପତି ଶିଶିର କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ଶିବରାମ ଚୌଧୁରୀ ।)

Comments (0)
Add Comment