ପୁନଃ ନିଯୁକ୍ତି ନହେବା ଯାଏ ଜାରି ରହିବ ଆନ୍ଦୋଳନ: ପ୍ରଫୁଲ ଘଡାଇ ।

ଯାଜପୁର,୧୦/୦୧(ପିପିଟି); କାଳିଆପାଣି ଖଣି ଅଳରେ କାର୍ଯ୍ୟ କରୁଥିବା ଓଡ଼ିଶା ଖଣି ନିଗମ ଦକ୍ଷିଣ କାଳିଆପାଣି ଖଣି ଠିକାସଂସ୍ଥା ବିଜିଆର ମାଇନିଂ ଆଣ୍ଡ ଇନମ୍ପ୍ରା କମ୍ପାନୀ କର୍ତୁପକ୍ଷଙ୍କ ଦ୍ୱାରା ଛଟେଇ ହୋଇଥିବା ୧୨୬ଜଣ ଶ୍ରମିକଙ୍କ ଧାରଣା ଆଜି ୧୨ ଦିନରେ ପହଁଚିଛି । ୧୨ତମ ଦିନରେ ଓଡିଶାର ପ୍ରାକ୍ତନ ମନ୍ତ୍ରୀ ତଥା ସୁକିନ୍ଦା ରିଜିଓନାଲ କ୍ରୋମାଇଟ୍ ଖାଦାନ୍ ମଜଦୁର ସଂଘର ବରିଷ୍ଠ ଉପଦେଷ୍ଟା ପ୍ରଫୁଲ ଚନ୍ଦ୍ର ଘଡାଇ ଧାରଣା ସ୍ଥଳରେ ପଂହଚିଥିଲେ । ଶ୍ରମିକ ମାନଙ୍କୁ ସମବେଦନା ଜଣାଇବା ପୂର୍ବକ ଯେ ପର୍ଯ୍ୟନ୍ତ ଛଟେଇ ହୋଇଥିବା ସମସ୍ତ ଶ୍ରମିକଙ୍କୁ ଖଣିରେ ପୁନଃ ନିଯୁକ୍ତି ନଦିଆ ଯାଇଛି ସେ ପର୍ଯ୍ୟନ୍ତ ଏହି ଆନେ୍ଦାଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ଶ୍ରୀ ଘଡାଇ ମତ ପୋଷଣ କରିବା ସହ ଯଦି ଠିକାସଂସ୍ଥା ଏହି ଦିଗରେ ଆଶୁ ପଦକ୍ଷେପ ନ ଗ୍ରହଣ କରେ ତେବେ ଆଗାମି ଦିନରେ ଉକ୍ତ ଖଣିକୁ ସମ୍ପୁର୍ଣଭାବେ ବନ୍ଧ କରି ଦିଆଯିବ ବୋଲି କହିଥିଲେ । ଶ୍ରମିକ ମାନଙ୍କର ବକେୟା ଅର୍ଥ ସହ ନିୟମ ମୁତାବକ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବାକୁ ମଧ୍ୟ ଶ୍ରୀ ଘଡାଇ ଠିକାସଂସ୍ଥାକୁ ତାଗିଦ୍ କରିଥିଲେ । ଏହି ଅବସରରେ ଖଣି ନିଗମ ଅତିଥି ଗୃହରେ ଏକ ତ୍ରୀପାକ୍ଷିକ ଆଲୋଚନା ବୈଠକର ଆୟୋଜନ ହୋଇଥିଲା । ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇଙ୍କ ପୌରାହିତରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ଖଣି ନିଗମର ଆଂଚଳିକ ମହା ପ୍ରବନ୍ଧକ ପ୍ରସନ୍ନ କୁମାର ସ୍ୱାଇଁ, ଡିଜିଏମ୍ କାଠି ପ୍ରଧାନ , ବିଜିଆର ଠିକାସଂସ୍ଥା ତରଫରୁ ୟାକୁବ୍ ରେଡ୍ଡି ଓ ଏସଆରସିକେଏମ୍ଏସ୍ ତରଫରୁ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ଯୁଗ୍ମ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଜିଆର କମ୍ପାନୀର ଶ୍ରମିକ ମାରଣ ନୀତିକୁ ଶ୍ରମିକ ସଂଘ ତରଫରୁ ଯୋରଦାର ପ୍ରତିବାଦ କରାଯାଇଥିବା ବେଳେ ଶ୍ରମିକ ମାନଙ୍କ ବକେୟା ଦରମା ଓ ଛୁଟି ପଇସା, ନଭେମ୍ବର ମାସର ୮ ଦିନର ବକେୟା ପାଉଣା, ମେଡିକାଲ ଆଲୋଏନ୍ସ, ଇନସେିଭ୍ ଉପରେ ଶ୍ରମିକ ସଂଘ ତରଫରୁ ଏକ ୫ ଦଫା ଦାବି ନେଇ ଆଲୋଚନା କରାଯାଇଥିଲା । ଶ୍ରମିକ ସଂଘ ଓ ଆଂଚଳିକ ମହା ପ୍ରବନ୍ଧକ ଶ୍ରମିକ ମାନଙ୍କ ସମସ୍ୟାକୁ ୧୦ ଦିନ ଭିତରେ ସମାଧାନ କରିବା ସହ ଛଟେଇ ହୋଇଥିବା ସମସ୍ତ ଶ୍ରମିକଙ୍କୁ ଖଣିରେ ପୁନଃ ନିଯୁକ୍ତି ଦେବା ପାଇଁ ବିଜିଆର କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥଲେ । ବିଜିଆର କତ୍ତୃପକ୍ଷ ଆଗାମୀ ସୋମବାର ଓ ମଙ୍ଗଳବାର ଭିତରେ ଶ୍ରମିକ ମାନଙ୍କ ବକେୟା ଦରମା ଓ ଛୁଟି ଅର୍ଥ ପ୍ରଦାନ କରିବେ ଓ ଉଚ୍ଚ କତ୍ତୃପକ୍ଷଙ୍କ ସହ ଅନ୍ୟ ଦାବି ଗୁଡିକ ପିଷୟ ଉପରେ ଅବଗତ କରି ଯାଥାଶୀଘ୍ର ନିଷ୍କର୍ସ ବାହାର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଠାରେ ସୂଚନା ଥାଉକି ଓଡ଼ିଶା ଖଣି ନିଗମ ଉତୋଳନ କାର୍ଯ୍ୟରେ ନିୟୋଜିତ ବିଜିଆର କମ୍ପାନୀ ଗତ ଡିସେମ୍ବର ମାସ ୨୯ ତାରିଖରୁ ୧୨୬ ଜଣ ଶ୍ରମିକଙ୍କୁ ଛଟେଇ କରିଥିବା ବେଳେ ଏହାର ପ୍ରତିବାଦରେ ଶ୍ରମିକ ମାନେ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୨ ଦିନ ହେବ ଆନେ୍ଦାଳନ ଜାରି ରଖିଛନ୍ତି ।

Comments (0)
Add Comment