ପୁତୁରା କଟୁରୀ ଚୋଟରେ ଦଦାର ଗଣ୍ଡି ମୁଣ୍ଡ ଅଲଗା ।

ମାଲକାନଗିରି,୧୧/୦୫(ପିପିଟି) :ଏମଭି-୭୯ ଥାନା ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ଅନ୍ତର୍ଗତ ଇପିଗୁଡା ଗ୍ରାମରେ ଆମ୍ବ ପରବ ଚାଲିଥିବା ବେଳେ ଦଦା ଓ ପୁତୁରା ମଧ୍ୟରେ କୋୖଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବା ଫଳରେ ପୁତୁରା ହଠାତ କ୍ରୋଧାନ୍ୱିତ ହୋଇ ପାଖରେ ଥିବା କଟୁରୀ ଚୋଟ ଦଦଙ୍କ ବେକରେ ମାରିବା ଯୋଗୁଁ ମୁଣ୍ଡ ଗଣ୍ଠି ଅଲଗା ହୋଇଯାଇଥିଲା।ଏ ଭଳି ଲୋମଟାଙ୍କୁରା ଦୃଶ୍ୟ ଗାଁ ଲୋକଙ୍କୁ ସ୍ତବ୍ଧ କରିଛି।ଆମ୍ବ ପରବ ଭଳି ଏକ ହସ ଖୁସିର ଉତ୍ସବ ଦୁଃଖଦ ପରିସ୍ଥିତି ରେ ପରିଣତ ହୋଇଛି।
ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଇପିଗଡା ଆଦିବାସୀ ଗ୍ରାମରେ ପାରମ୍ପରିକ ରୀତିନୀତି ରେ ଆମ୍ବ ପରବ ଚାଲିଥିଲା ।ଏହି ସମୟରେ କୈାଣସି କାରଣରୁ ଦୟା ମୁକା ପଡିଆମୀ (୪୨) ଙ୍କ ସହିତ ପୁତୁରା ରାମ ପଢିଆରୀଙ୍କ ମଧ୍ୟରେ ସାମାନ୍ଯ ବଚସା ହୋଇଥିଲା ।ଏହା କ୍ରମେ ଉଗ୍ର ରୂପ ନେଇଥିଲା । ହଠାତ ପୁତୁରା ରାମ ପାଖରେ ଥିବା ତାଳକଟା କଟୁରୀ ଧରି ଦଦା ଉପରେ ମାଡି ବସି ବେକକୁ ଛୋଟ ପକାଇଥିଲା ।ଫଳରେ ଦଦା ମୁକାର ମୁଣ୍ଡ ଗଣ୍ଡି ଅଲଗା ହୋଇ ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡି ଯାଇଥିଲା। ଗାଁ ଲୋକମାନେ ଭୟ ଭିତ ହୋଇ ଯେ ଯାହା ଘରେ ଲୁଚି ରହିଥିବା ବେଳେ ଆମ୍ବ ପରବ ପାଳନ ଫିକା ପଡ଼ିଯାଇଥିଲା । କୈାଣସି ଗାଁ ର ବ୍ୟକ୍ତି ଏମଭି-୭୯ ପୋଲିସ କୁ ସୂଚନା ଦେଲା ପରେ ଘରେ ଲୁଚି ରହିଥିବା ପୋଲିସ ଆସାମୀ ରାମଙ୍କୁ କାବୁ କରି ଥାନାକୁ ନେଇଥିଲେ।ଏଣେ ଶବ ଓ କଟୁରୀ କୁ ପୋଲିସ ଜବତ କରି ତଦନ୍ତ ଅବ୍ୟାହତ ରଖିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment