ପୁଣି ଜୁନ୍ ୧୭ ଯାଏଁ ଲକଡାଉନ୍।

ଭୁବନେଶ୍ୱର,୩୦/୦୫; ରାଜ୍ୟରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ଜୁନ୍‌ ୧ରୁ ଜୁନ ୧୭ ପର୍ଯ୍ୟନ୍ତ ଅର୍ଥାତ ୧୬ ଦିନ ସରକାର ଲକଡାଉନ୍ ବଢାଇ ଦେଇଛନ୍ତି। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଆଣିବା ପାଇଁ ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ପୂର୍ବବତ୍‌ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ଅନ୍ୟପକ୍ଷରେ ପୂର୍ବପରି ସମସ୍ତ ନିୟମ କାର୍ଯ୍ଯ କରିବ। ତେବେ ଲକ୍‌ଡାଉନ୍‌ରେ ଜରୁରୀ ସେବା ଜାରି ରହିବ। ତେବେ ୩ ଜିଲ୍ଲା ନୂଆପଡା, ଗଜପତି ଏବଂ ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମଣ କମୁଥିବାରୁ ସେଠାରେ କଟକଣା କିଛିଟା କୋହଳ କରାଯାଇ ସକାଳ ୭ଟାରୁ ଦିନ ୧ ଯାଏ ଦୋକାନ ଖୋଲା ରହିବ।

Comments (0)
Add Comment