ପୁଣି ଏକ ଦନ୍ତାର ମୃତଦେହ ଉଦ୍ଧାର ।

ବେଲଗୁଣ୍ଠା,୧୯/୦୧(ପିପିଟି):ପୁଣି ଏକ ଦନ୍ତାର ମୃତ୍ୟୁ।ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳ ମାଣପୁର ଗ୍ରାମ ନିକଟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆଜି ସକାଳୁ ସ୍ଥାନୀୟ ଲୋକେ ହାତୀର ମୃତଦେହ ପଡିଥିବା ଦେଖି ବନ ବିଭାଗକୁ ଖବର ଦେବାପରେ ବନ କର୍ମଚାରୀ ମାନେ ପହଞ୍ଚି ମୃତ ଦେହକୁ ଜବତ କରିଛନ୍ତି।ଘଟଣା ସ୍ଥଳରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଜାରି ରଖିଛନ୍ତି । ବନ ବିଭାଗ ବନ୍ୟ ଜନ୍ତୁ କୁ ରକ୍ଷା କରିବା ପାଇଁ ଯେତେ କୌଶଳ କଲେ ମଧ୍ୟ ଏଠି ସବୁ କୌଶଳ ଫେଲ ମାରୁଛି। ଆଗକୁ ଦେଖିବା ଏ ପରିସ୍ଥିତିରେ ବନ ବିଭାଗ କଣ ପଦକ୍ଷେପ ନେଉଛନ୍ତି।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment