ପୁଣିଥରେ ନୂଆ ଗାଁ ବ୍ରିଜ ଉପରେ ଦୁର୍ଘଟଣା : ଭାରସାମ୍ୟ ହରାଇ ତଳକୁ ଖସିଲା କାର,ଜଣେ ମୃତ ।

ଭଞ୍ଜନଗର, ୩୧/୦୭(ପିପିଟି):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଆଜି ପୁଣିଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ସଚେତନ ହେଉ ନାହାନ୍ତି ଚାଳକ। ଆଜି ଭୋର ପ୍ରାୟ ୫ଟା ସମୟରେ ଏକ ଦୁଃଖଦ ଘଟଣା ଘଟିଛି।ବେଲଗୁଣ୍ଠା ଭଞ୍ଜନଗର ରାସ୍ତାର ନୂଆ ଗାଁ ବ୍ରିଜ ଉପରେ ଏକ କାର ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଭଞ୍ଜନଗର ଏଲ୍.ଆଇ.ସି. କଲୋନୀ ଅଞ୍ଚଳର ସୁନୀଲ ମହାନ୍ତି ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ତଦନ୍ତ ତଦନ୍ତ ଆରମ୍ଭ କରିଛି।
ଏହି ଅକାଳ ମୃତ୍ୟୁ ଘଟଣା ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

ରିପୋର୍ଟ -ଜେ.କେ ପଟ୍ଟନାୟକ

Comments (0)
Add Comment