ପୁଡ଼ାମାରିରେ ପଞ୍ଚାୟତ ସ୍ତରୀୟ କରୋନା ସଂକ୍ରମଣ ଜନିତ ଆଣ୍ଟିଜେନ୍ ଓ ଆରଟିପିସିଆର ପରୀକ୍ଷା ଅନୁଷ୍ଠିତ ।

ସାନଖେମୁଣ୍ଡି,୧୨/୦୮(ପିପିଟି); ସାନଖେମୁଣ୍ଡି ବ୍ଲକରେ କୋଭିଡ୍ -୧୯ କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ପଞ୍ଚାୟତ ସ୍ତରରେ ଆଣ୍ଟିଜେନ୍ ଏବଂ ଆର୍ ଟି ପି ସି ଆର ଚିହ୍ନଟ ଶିବିର ଆୟୋଜନ କରାଯାଇ ସ୍ଥିତିରେ ସୁଧାର ଅଣାଯାଇଛି । ଏହି ଅବସରରେ ଆଜି ପୁଡ଼ାମାରି ପଞ୍ଚାୟତରେ ଏହି ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମର ସମସ୍ତ ଜନସାଧାରଣ ଏହାର ସୁଯୋଗ ନେଇଥିବା ଲକ୍ଷ କରାଯାଇଛି । ମିଳିଥିବା ସୂଚନା ମୁତାବକ ଆଜିର ଏହି ଚିହ୍ନଟ ଶିବିରରେ ମୋଟ ୫୨୨ ଜଣ ନିଜକୁ କରୋନା ସମନ୍ଧୀୟ ପରୀକ୍ଷା କରାଇଥିବା ବେଳେ ସେଥିମଧ୍ୟରୁ ୫୦୨ ଜଣଙ୍କ ଠାରେ ଆଣ୍ଟିଜେନ୍ ଏବଂ ୨୨ ଜଣଙ୍କ ଠାରେ ଆର୍ ଟି ପି ସି ଆର ପରୀକ୍ଷା କରାଯାଇଥିଲା । ଅନୁଷ୍ଟିତ କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର କୋଭିଡ୍ ଅଧିକାରୀ ନାରାୟଣ ବେହେରା ଉପସ୍ଥିତ ରହି ପରୀକ୍ଷଣ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଡାକ୍ତର , ଟେକ୍ନିକାଲ ଷ୍ଟାଫ ପରୀକ୍ଷା କରିଥିଲେ । ସମସ୍ତ ବୁଦ୍ଧିଜୀବୀଙ୍କ ସହ ଗ୍ରାମର ସମସ୍ତ ଜନସାଧାରଣ ପୁଡ଼ାମାରି ସରପଞ୍ଚ ଓ ପଞ୍ଚାୟତ ପ୍ରତିନିଧି ସମୂହ ସହଯୋଗ କରିଥିଲେ । ରିପୋର୍ଟ – ଆରତ କୁମାର ହୋତା ।

Comments (0)
Add Comment