କୋଦଳା,୨୯/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଂଚାୟତର ପି. ନୂଆଗାଁ ସ୍ଥିତ ଭାଗବତ ମଠ ପରିସରରେ ମହନ୍ତ ରାଘବ ଦାସ ମହାରାଜଙ୍କ ୪୪ ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଯାଇଛି । ସୂଚନାନୁଯାଇ ଗତ ଶୁକ୍ରବାର ଦିନ ଠାରୁ ଶ୍ରୀ ରାମ ଚରିତ ମାନସ,ଅଖଣ୍ଡ ପାରାୟଣ,ପ୍ରବଚନ, ଜ୍ଞାନଯଜ୍ଞ ଆଦି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ସମାପ୍ତ ହୋଇଛି । ମହନ୍ତ ଦାମୋଦର ଦାସ ମହାରାଜଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ୟାସ ଭାବେ ପଣ୍ତିତ ରାଧା ଚରଣ ଦାସ, ପ୍ରବଚକ ଭାବେ ସନ୍ଥ ବିଜୟ ରାଘବେନ୍ଦ୍ର ଦାସ ଯୋଗା ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୁରୋହିତ ଭାବେ ଆଦିତ୍ୟ ରଥ ଯୋଗା ଦେଇ ପୂଜା ଅର୍ଚ୍ଚନା କରିଥିଲେ । ଏଥିରେ ବହୁ ସାଧୁ ସନ୍ଥ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେବା ସହ ସହଯୋଗ କରିଥିଲେ । ରବିବାର ଶେଷ ଦିନରେ ସନ୍ଥ ପୂଜନ ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶନିବାର ଦିନ ସନ୍ଧ୍ୟାରେ ଆସିକା ସାଂସଦ ଅନିତା ଶୁଭଦର୍ଶିନି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)