ପି. ନୁଆଁଗାଁ ରେ ବିଳମ୍ବିତ ରାତିରେ ଗ୍ରୀଲ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ସୁନା ଓ ଲାପଟପ ଚୋରୀ ।

କୋଦଳା,୦୧/୦୭(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବିରୁଝୁରି ପଞ୍ଚାୟତର ପି.ନୂଆଗାଁ ରେ ରବିବାର ବିଳମ୍ବିତ ରାତିରେ କବାଟ ଓ ଗ୍ରୀଲ ଭାଙ୍ଗି ଆଲମାରୀ ରୁ ଲକ୍ଷାଧିକ ଟଙ୍କା ସହିତ ଲାପଟପ, ସୁନା ଜିନିଷ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମର ସୁଦର୍ଶନ ଜେନା,ତାଙ୍କ ସାନ ଭାଇ ପରିବାର ସହିତ ମିଶି ନିଜ ଦାଣ୍ଡ ଘରେ ଶୋଇଥିବା ବେଳେ ରାତିରେ ଦୁର୍ବୁର୍ତ୍ତ ମାନେ ଘର ବାରି ପଟୁ ଆସି ଗ୍ରିଲ ର ତାଲା ଭାଙ୍ଗିବା ସହ ଅନ୍ୟ ଏକ କବାଟକୁ କଣା କରି ଘର ଭିତରକୁ ପଶିଥିଲେ । ଘର ଭିତରେ ଥିବା ଗଡ଼ରେଜକୁ ଖୋଲି ଲକ୍ଷାଧିକ ଟଙ୍କା ସମେତ ଲାପଟପ ଓ ସୁନା ଜିନିଷ ନେଇ ପଳେଇ ଯାଇଥିଲେ । ଏକ କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇ ଫୋପାଡ଼ି ଦେଇଥିଲେ । ଆଲମାରୀରେ ଥିବା ଲୁଗାପଟାକୁ ମଧ୍ୟ ଏଣେତେଣେ ଫିଙ୍ଗି ଦେଇ ବାରି ପଟ ଦେଇ ଦୁର୍ବୁର୍ତ୍ତ ମାନେ ପଳେଇ ଯାଇଥିବା ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ସୁଦର୍ଶନଙ୍କ ଦୁଇ ଘର ଛାଡି ଅନ୍ୟ ଏକ ଘରର କବାଟରେ କଣା କରି ଚୋରୀ କରିବାକୁ ଉଦ୍ୟମ କରିଥିବା ବେଳେ ଘର ମାଲିକ ଉଠି ଯିବାରୁ ଚୋର ସେହି ଘରୁ ଚୋରୀ କରିବାରେ ଅସଫଳ ହୋଇଥିଲେ । ସୁଦର୍ଶନଙ୍କ ପତ୍ନୀଙ୍କ କହିବା ପ୍ରକାରେ ସେ ଯେତେବେଳେ ବିଞ୍ଚଣାରୁ ଉଠିଥିଲେ ତାଙ୍କ ମୁଣ୍ଡ ବୁଲେଇ ହେବା ସହ ପଡିଯାଇଥିଲେ । ତେଣୁ ଚୋର କିଛି ରାସାୟନିକ ପଦାର୍ଥ ବ୍ୟବହାର କରିଥିବା ବି ଅନୁମାନ କରାଯାଉଛି । ତେବେ ଏ ନେଇ ବେଗୁନିଆପଡା ଥାନାରେ ସୁଦର୍ଶନ ସକାଳ ୧୦ ଘଣ୍ଟ ସମୟରେ ଥାନାରେ ଲିଖିତ ଅଭିଯୋଗ ପରେ ଆଇଆଇସି ଅଶୋକ କୁମାର ହାଂସଦା,ଏସଆଇ ଟୁନା ପୀଡ଼ିକା ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିବା ସହିତ ଥାନା କେଶ ନମ୍ବର ୩୦୯/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି |

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment