ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କବିସୂର୍ଯ୍ଯ ନଗର ଥାନା ଅଧିକାରୀଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ।

କବିସୂର୍ଯ୍ଯନଗର,୦୧/୦୪(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି)ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ କବିସୂର୍ଯ୍ଯ ନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି। ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କୋଭିଡ୍ ସମୟରେ ସାଧାରଣ ଜନତାଙ୍କୁ ସଚେତନତା କରିବା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ଥାନା ଅଧିକାରୀ ଶ୍ରୀ ସାହୁଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ ପାଇଁ ମନୋନୀତ କରାଯାଇଥିଲା। ପିପିଟି ପକ୍ଷରୁ ଉମାଚରଣ ପଟ୍ଟନାୟକ ଓ ସପ୍ନେଶ୍ବର ପାଣିଗ୍ରାହୀ କବିସୂର୍ଯ୍ଯ ନଗର ଥାନା ଠାରେ ପହଞ୍ଚି ଆଇଆଇସି ପ୍ରଭାତ କୁମାର ସାହୁଙ୍କୁ ସାକ୍ଷାତ କରି ଉପଢୌକନ,ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।

Comments (0)
Add Comment