ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ଆସିକା ଥାନା ଅଧିକାରୀଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ।

ଆସିକା,୩୦/୦୩(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି)ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି। ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ସଭାପତି ଦେବସ୍ମିତା ମହାନ୍ତି, ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସଂପାଦକ ଅଜିତ୍ କୁମାର ପଟ୍ଟନାୟକ,ପିପିଟି ବ୍ରହ୍ମପୁର ଉପଖଣ୍ଡ ପ୍ରତିନିଧି ଆରତ କୁମାର ହୋତା ପ୍ରମୁଖ ଆସିକା ଥାନା ଠାରେ ପହଞ୍ଚି ଆଇଆଇସି ପ୍ରଶାନ୍ତ କୁମାର ସାହୁଙ୍କୁ ସାକ୍ଷାତ କରି ଉପଢୌକନ,ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।

Comments (0)
Add Comment