ପୋଲସରା,୩୦/୦୩(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି)ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ ପୋଲସରା ବିଡିଓ ଶମ୍ଭୁ ନାଥ ନନ୍ଦୀଙ୍କୁ ସମ୍ମାନିତ କରାଯାଇଛି। ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ସଭାପତି ଦେବସ୍ମିତା ମହାନ୍ତି, ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସଂପାଦକ ଅଜିତ୍ କୁମାର ପଟ୍ଟନାୟକ,ପିପିଟି ବ୍ରହ୍ମପୁର ଉପଖଣ୍ଡ ପ୍ରତିନିଧି ଆରତ କୁମାର ହୋତା,କବିସୂର୍ଯ୍ୟ ନଗର ପ୍ରତିନିଧି ଉମାଚରଣ ପଟ୍ଟନାୟକ, ପୋଲସରା ପ୍ରତିନିଧି ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ପୋଲସରା ବ୍ଲକ କାର୍ଯ୍ଯାଳୟ ଠାରେ ପହଞ୍ଚି ବିଡିଓ ଶମ୍ଭୁନାଥ ନନ୍ଦୀଙ୍କୁ ସାକ୍ଷାତ କରି ଉପଢୌକନ,ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।