ପିପୁଲସ କଲେଜ : ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ “ମିଳିତ ଜାତିସଂଘ ଦିବସ” ପାଳିତ ।

ପୋଲସରା୨୪/୧୦ (ପିପିଟି): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ପକ୍ଷରୁ ମିଳିତ ଜାତିସଂଘ ଦିବସ ଅବସରରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ପାଠଚକ୍ରର ବିଷୟବସ୍ତୁ ଥିଲା, “The United Nations at 80 : Strengthening multilateralism in an era of global uncertainty.”। ଏହି ପାଠଚକ୍ର କାର୍ଯ୍ୟକ୍ରମକୁ କଲେଜର ଭାଇସ-ପ୍ରିନ୍ସିପାଲ ହରିକୃଷ୍ଣ ନାୟକ ଉଦଘାଟନ କରିଥିଲେ। ଦ୍ୱିତୀୟ ବର୍ଷର ଛାତ୍ରୀ ଗୀତାଞ୍ଜଳି ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗର ଅଧ୍ୟାପକ ଲୋକନାଥ ବେହେରା ପାଠଚକ୍ରର ବିଷୟବସ୍ତୁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ତୃତୀୟ ବର୍ଷର ଛାତ୍ରୀ ଜ୍ୟୋତି ପାଣିଗ୍ରାହୀ ଏବଂ ଖୁସି ବିଷୋୟୀ ପାଠଚକ୍ରର ପ୍ରବନ୍ଧକୁ ପଠନ କରିଥିଲେ। ଏହି ପାଠଚକ୍ରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ଅଭୟ କେଶରୀ ପରିଚା ପଟ୍ଟନାୟକ ଯୋଗଦେଇ ମିଳିତ ଜାତିସଂଘର ପ୍ରଯୁଜ୍ୟତା ଓ ଏକବିଂଶ ଶତାବ୍ଦୀରେ ଏହାର ପ୍ରଭାବ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଧିକାଂଶ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ମିଳିତ ଜାତିସଂଘର ଉପଯୋଗୀତା ବିଷୟରେ ଆଲୋକପାତ କରିଥିଲେ। ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ମିଳିତ ଜାତିସଂଘ ବିଶ୍ବର ଶାନ୍ତି, ଏକତା ଏବଂ ସାମୁହିକ ସହଭାଗିତା ପାଇଁ ୮୦ ବର୍ଷର ଉଦ୍ୟମକୁ ପ୍ରଶଂସା କରିବା ସହ ତୃତୀୟ ବିଶ୍ବଯୁଦ୍ଧକୁ ରୋକିବା ପାଇଁ ନେଇଥିବା ପଦକ୍ଷେପ ବିଷୟରେ ମତ ପ୍ରଦାନ କରିଥିଲେ। ଶେଷରେ ପ୍ରଥମ ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment