ପିପିଟି ନ୍ୟୁଜ୍ ଖବର ପ୍ରସାରଣ ପରେ ପାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫା ।

ବୋଲଗଡ଼,୦୩/୦୯(ପିପିଟି): ୨ ସେପ୍ଟେମ୍ବର ପିପିଟିନ୍ୟୁଜ୍ ଖବର ପ୍ରସାରଣର ପ୍ରଭାବ ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପାଟବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ପରିସରରେ ଆବର୍ଜନା ଓ ଅପରିଷ୍କାର ନେଇ ଗତକାଲି ଫଟୋ ସହ ଖବର ପ୍ରସାରଣ ହୋଇଥିଲା। ଏହି ଖବର ପ୍ରସାରଣ ପରେ ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ଚାରିପଟେ ଥିବା ଲତା, ଘାସ, ଆବର୍ଜନା ହଟାଇ ପରିଷ୍କାର କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିବା ସହ ପିପିଟି ନ୍ୟୁଜ୍ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ନିୟମିତ ସଫେଇ ପାଇଁ ସେମାନେ ଦାବି କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment