ପିପିଟିର ବାର୍ଷିକ ଉତ୍ସବରେ କୋଭିଡ୍ ଯୋଦ୍ଧା ଓ ସାମ୍ବାଦିକ ସମ୍ବର୍ଦ୍ଧିତ ।

ବ୍ରହ୍ମପୁର,୨୨/୦୩(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ୍ (ପିପିଟି)ର ରବିବାର ଦିନ ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମ୍ଯୁନିଟି ହଲରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବରେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିଲେ । ବାର୍ଷିକ ଉତ୍ସବରେ ପିପିଟିର ସଭାପତି ଦେବସ୍ମିତା ମହାନ୍ତି ସଭା ମଞ୍ଚରେ ଉପସ୍ଥିତ ରହି ଅତିଥି ମାନଙ୍କୁ ଉପଢୌକନ ସହିତ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସମ୍ମାନିତ କରିଥିଲେ । ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ବର ସାହୁ ସଭା ପରିଚାଳନା କରିଥିଲେ । ପିପିଟିର ସମ୍ପାଦକ ସମରଜିତ୍ ମହାନ୍ତି ବିବରଣୀ ପାଠ କରିବା ସହିତ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ କରୋନା ଯୋଦ୍ଧା ଭାବରେ ପ୍ରସନ୍ନ କୁମାର ଦାଶ,ନିର୍ବାହୀ ଅଧିକାରୀ, ଏନ୍ଏସି ପୋଲସରା,ସୁଜିତ୍ କୁମାର ଚୌଧୁରୀ,ନିର୍ବାହୀ ଅଧିକାରୀ,ଏନ୍ଏସି କୋଦଳା,ପ୍ରଶାନ୍ତ କୁମାର ପ୍ରଧାନ,ସରପଞ୍ଚ, କଳମ୍ବ,ସୁଜାତା କୁମାରୀ ସାହୁ,ସରପଞ୍ଚ,ଚିରିକିପଡା ଶାସକଙ୍କୁ ସମ୍ମାନିତ କରାଯାଇଛି । ଶ୍ରଷ୍ଠ ସାମ୍ବାଦିକ ଭାବରେ ଜି.ନାଗରାଜୁ ରାଓଙ୍କୁ ଉପଢୌକନ,ମାନପତ୍ର ଓ ପାଞ୍ଚ ହଜାର ଟଙ୍କା ଦେଇ ସମ୍ମାନିତ କରାଯାଇଥିଲା । ଶ୍ରେଷ୍ଠ ଗ୍ରାମାଞ୍ଚଳ ସମ୍ବାଦ ଭାବରେ ପିପିଟିର ସାମ୍ବାଦିକ ଆରତ କୁମାର ହୋତାଙ୍କ ଉପଢୌକନ,ମାନପତ୍ର ଓ ଦୁଇ ହଜାର ଟଙ୍କା ଦେଇ ସମ୍ମାନିତ କରାଯାଇଥିଲା । ଶ୍ରେଷ୍ଠ ପାଠିକା ଭାବେ ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କୁ ଉପଢୌକନ,ମାନପତ୍ର ଓ ଏକ ହଜାର ଟଙ୍କା ଦେଇ ସମ୍ମାନିତ କରାଯାଇଥିବା ବେଳେ କାର୍ଟୁନିଷ୍ଟ୍ ସୁଦାମ ଶେଖରଙ୍କୁ ଉପଢୌକନ,ମାନପତ୍ର ଓ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସମ୍ମାନିତ କରାଯାଇଥିଲା । କରୋନା ଯୋଦ୍ଧା ଭାବେ ପୋଲସରା ବିଡିଓ ଶମ୍ଭୁ ନାଥ ନନ୍ଦି,କବିସୂର୍ଯ୍ଯ ନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଏବଂ ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ସମ୍ମାନିତ ପାଇଁ ମନୋନୀତ ହୋଇଛନ୍ତି । ପିପିଟିର ବାର୍ଷିକ ଉତ୍ସବର ସଫଳତା ପାଇଁ ସମସ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Comments (0)
Add Comment