ପିପିଟିରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଲେ ସମାଜ ସେବୀ ମନୋଜ ପ୍ରଧାନ।

ବୋଲଗଡ୧୧/୦୪ (ପିପିଟି): ବୋଲଗଡ ବ୍ଲକ ବାଂକୋଇ ଗ୍ରାମର ବ୍ରଜବନ୍ଧୁ ସୁବୁଦ୍ଧି , ପତ୍ନୀ ଅହଲ୍ୟା ସୁବୁଦ୍ଧି ଓ ଝିଅ ବିଳାସ ସୁବୁଦ୍ଧି ୩ ପ୍ରାଣୀ ଏବେ ଭଙ୍ଗା ଘରେ ଜରି ପାଲ ପକେଇ ରହୁଛନ୍ତି। ବହୁ ଦିନ ଧରି ଘର ଭାଙ୍ଗି ଯାଇଛି। ବ୍ରଜବନ୍ଧୁପୁର୍ବରୁ ସେଲୁନ ଓ ନିଜର କୌଳିକ ବୃତ୍ତିରେ ପରିବାର ଚଳାଉ ଥିଲେ । ଯାହା ରୋଜଗାର କଲେ ନିଜେ ଓ ପରିବାରକୁ ଖାଇବାକୁ ଦେବା ପରେ ବଳକା ଟଙ୍କାରେ ୨ ଝିଅଙ୍କ ବାହାଘର କରିଥିଲେ। ମଝିଆ ଝିଅଟି ବାହାଘର ସରିବା ପରେ ଶାଶୁ ଘରୁ ଆସି ନିଜର ବାପ ଘରେ ଅଛନ୍ତି l ବୟସ ବଢିବା ଯୋଗୁଁ କାର୍ଯ୍ୟ ଠପ୍ ହେବା ଯୋଗୁଁ ଘରେ ଆର୍ଥିକ ସମସ୍ୟା ଦେଖାଦେଇଛି l ବ୍ରଜଙ୍କର୨ଟି ପୁତ୍ର ମଧ୍ୟରୁ ସାନପୁଅ (୩୦) ବର୍ଷ ବୟସରେ ଲିଭର କ୍ୟାନ୍ସର ରେ ମୃତ୍ୟୁ ବରଣ କରିଥିଲେ l ବଡ଼ ପୁଅ ଭୁବନେଶ୍ୱର ରେ ରହୁଛି l ବ୍ରଜଙ୍କ କହିବାନୁଯାୟୀ ବଡ଼ ପୁଅ ତା ସ୍ତ୍ରୀକୁ ଧରି ଭୁବନେଶ୍ୱରରେ ଦୀର୍ଘ ଦିନ ରହିଆସୁଛି l ତାଙ୍କୁ କୌଣସି ପ୍ରକାରେ ସାହାଯ୍ୟ ଓ ସହାନୁଭୂତି ତଥା ବାପା ମା ଙ୍କ ଅଣଦେଖା କରି ସେ ବାହାରେ ରହୁଛି l ଏପରି ସ୍ଥିତିରେ ଘର ଛପର କରିନପାରିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖି ଦେଖି ଦେଖି କାଳତିପାତ କରୁଛନ୍ତି ବ୍ରଜବନ୍ଧୁ ସୁବୁଦ୍ଧି l ପଡିଶା ମାନଙ୍କ ସହାୟତାରେ ଜରିପାଲ ପକେଇ ରହୁଛନ୍ତି। ତାଙ୍କ ମଝିଆଣି ଝିଅ ଘରେ ଥିବାରୁ ସେ ସେ କିଛି କାମ ଦାମ କରି ଘରର ଗୁଜୁରାଣ ମେଣ୍ଟାଉଛି l କିନ୍ତୁ ସମୟର ବିଡମ୍ବନା ଓ ଭାଗ୍ୟର ଖେଳରେ ଆଜି ଛନ୍ଧି ହୋଇଯାଇଛନ୍ତି ବ୍ରଜବନ୍ଧୁ l ତାଙ୍କୁ ଏବେ ଗଳା କ୍ୟାନ୍ସର ରୋଗ ଆକ୍ରାନ୍ତ କରିଛି l ଚିକିତ୍ସା ନିମନ୍ତେ ଭୁବନେଶ୍ୱର ହସ୍ପିଟାଲରେ ଚିକିତ୍ସା ହୋଇ ଆସିଛନ୍ତି l ତଥାପି ଆହୁରି ଚିକିତ୍ସା ପାଇଁ ଅର୍ଥ ଦରକାର ଏହି ଅର୍ଥ ହିଁ ଆଜି ବାଧକ ସାଜିଛି ସେଇ ଗରିବ ବ୍ରଜଙ୍କ ପାଇଁ l ଏବେ ଚିକିତ୍ସା ତ ଦୂରର କଥା ଚଳିବା ପାଇଁ ବହୁତ କାଠିକର ପାଠ ପାଲଟିଛି l ସରକାରଙ୍କ ତରଫରୁ ଇନ୍ଦିରା ଆବାସ ୧୫ ବର୍ଷ ତଳେ ତାଙ୍କ ସ୍ତ୍ରୀ ଅହଲ୍ୟା ସୁବୁଦ୍ଧି ପାଇଥିଲେ କିନ୍ତୁ ସେଇ ସମୟରେ ସାନ ପୁଅର ମୃତ୍ୟୁ ଘଟିଥିବାରୁ ତାହା ମଧ୍ୟ ସପୂର୍ଣ କରିପାରିନଥିଲେ l ଏବେ ଇନ୍ଦିରା ଆବାସ ତାଙ୍କ ପାଇଁ ପାଲଟିଛି ସାତ ସପନ l ଏହି ଖବର ଶୁଣି ବେଗୁନିଆ -ବୋଲଗଡ଼ ସମାଜ ସେବୀ ମନୋଜ କୁମାର ପ୍ରଧାନ ତୁରନ୍ତ ଆସି ତାଙ୍କ ଘରେ ବ୍ରଜଙ୍କୁ ଦେଖା କରି କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଙ୍କ ଚିକିତ୍ସା ପାଇଁ ଯାତାୟତ ଖର୍ଚ୍ଚ କରିବେ ବୋଲି ପ୍ରତିଶ୍ରୁତି ଦେଇଅଛନ୍ତି l ମନୋଜଙ୍କ ଏଭଳି ପରୋପକାରିତା କୁ ଦେଖି ଗ୍ରାମବାସୀମାନେ ଭୁୟୀୟାଂଶୀ ପ୍ରଂଶସା କରିଥିଲେ l ମନୋଜଙ୍କୁ ମଧ୍ୟ ପୀଡିତ ବ୍ରଜ ଆଶୀର୍ବାଦ କରିଥିଲେ। ଏବଂ ମଝିଆ ଝିଅ ବିଳାସ କୁ ମଧ୍ୟ ସମାଜ ସେବୀ ମନୋଜ ପ୍ରଧାନ ଘରର ଯାହା ସମସ୍ୟା ଅଛି ତାଙ୍କୁ ଜଣାଇବା ପାଇଁ କହିଥିଲେ l ଗ୍ରାମବାସୀ ମଧ୍ୟ କିଛି କିଛି ଅର୍ଥ ଯୋଗାଡ଼ କରି ବ୍ରଜଙ୍କ ଚିକିତ୍ସା କରିଥିଲେ l ଏବଂ ବ୍ରଜଙ୍କୁ ସରକାରୀ ସହାୟତା ସହିତ ରହିବା ପାଇଁ ଖଣ୍ଡେ ବାସଗୃହ ଯୋଗାଇ ଦେବାପାଇଁ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରିବା ପାଇଁ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ। ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ପାଇଁ ଚାହୁଁ ଛନ୍ତି ମୋ-7750859171ଯୋଗାଯୋଗ କରନ୍ତୁ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment