ପିପିଇ କିଟ ପିନ୍ଧି ରୋଗୀଙ୍କୁ ସାକ୍ଷାତ କଲେ ଉପଜିଲ୍ଲାପାଳ ।

ଭଞ୍ଜନଗର,୦୯/୦୫(ପିପିଟି); ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ରବିବାର ସ୍ଥାନୀୟ କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି। ଏଠାରେ କଣ କଣ ସବୁ ସୁବିଧା ଅସୁବିଧା ରହିଛି ତାହା ଦେଖିବା ପାଇଁ ମଧ୍ୟାହ୍ନରେ ଉପଜିଲ୍ଲାପାଳ ପିପିଇ କିଟ ପରିଧାନ କରି ଡିସିଏଚସି ଭର୍ତ୍ତି ହେଇଥିବା ରୋଗୀ ମାନଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିଲେ। ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟା, ଖାଦ୍ୟ, ପାନୀୟ, ଔଷଧ, ଚିକିତ୍ସା ଆଦି ପଚାରି ବୁଝିଥିଲେ। ରୋଗୀ ମାନେ ଚିକିତ୍ସା, ସ୍ୱଚ୍ଛତା, ଖାଦ୍ୟ ଆଦି ସେବାରେ ସନ୍ତୋଷ ପ୍ରକାଶ କରିଥିବା କଥା ଉପଜିଲ୍ଲାପାଳଙ୍କୁ କହିଥିଲେ। ଉପଜିଲ୍ଲାପାଳ ରୋଗୀ ମାନଙ୍କ ମନ ବଳ ଦୃଢ କରିବା ସହ ଯଦି କିଛି ସମସ୍ୟା ଆସିଲେ ତୁରନ୍ତ ଡାକ୍ତରଙ୍କୁ ଜଣେଇବା ନିମନ୍ତେ ପରାମର୍ଶ ଦେଇଥିଲେ। ମନକୁ ଯଦି ଦୃଢ଼ ରଖିବା ଏବଂ ସକରାତ୍ମକ ଚିନ୍ତା କରିବା ତେବେ ନିଶ୍ଚିତ ଭାବେ ବହୁତ ଜଲଦି ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିବା ବୋଲି ଦୃଢ଼ତା ସହ କହିଥିଲେ। ଏଠାରେ ନିୟୋଜିତ ଥିବା ଡାକ୍ତର ମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ମନଭାବକୁ ପ୍ରଶଂସା କରିଥିଲେ। ଏବେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ସେଥିପାଇଁ ସମସ୍ତେ ସଚେତନ ହେବାକୁ ପଡିବ ଏବଂ ଲକଡାଉନ ଓ କୋଭିଡ଼ ନିୟମ କୁ ଯଦି ଆମେ ଠିକ ଭାବେ ମାନିବା ତେବେ ଦ୍ରୁତ କୋଭିଡ ସଂକ୍ରମଣ ଚେନକୁ ଛିଣ୍ଡେଇ ପାରିବା ବୋଲି ଉପଜିଲ୍ଲାପାଳ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment