ପିତ୍ତଳ ରେ ସୁପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶେରଗଡ,୨୬/୦୯(ପିପିଟି); ଶେରଗଡ ବ୍ଳକର ପିତ୍ତଳ ପ୍ରଥମ ଅଙ୍ଗନୱାଡି କେନ୍ଦ୍ର ରେ ପିତ୍ତଳ ସେକ୍ଟର ର ସୁପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ ଜୟନ୍ତୀ ପାଟ୍ଟ ପିଙ୍ଗୁଆ, ସୁପ୍ର ଭାଇଜର ମିନତୀ ଜେନା ଓ ମହିଳା ସ୍ୱାସ୍ଥ୍ଯକର୍ମୀ ସରିତା ପଣ୍ଡା ଯୋଗ ଦେଇ ବାଡି ବଗିଚା ଓ ପାଖହାଟ ବଜାର ରେ ଉପଲବ୍ଧ ଥିବା ତଟକା ଶସ୍ତା ପନି ପରିବା ଆଣି ଘରେ ପରିଷ୍କାର ଖାଦ୍ୟ ପ୍ରସ୍ତୁତ କରି ଗର୍ଭବତୀ ପ୍ରସୂତି ଓ ଶିଶୁ ମାନେ ଖାଇ କିପରି ପୃଷ୍ଟି ସାଧନ କରିବେ ସେ ସମ୍ପର୍କରେ ଉଦ୍ବୋଧନ ଦେଇଥଲେ । ଅଙ୍ଗନୱାଡି କର୍ମୀମାନେ ବିଭିନ୍ନ ପୃଷ୍ଟିକର ଖାଦ୍ଯ ପ୍ରସ୍ତୁତି ର ଆୟୋଜିତ ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିଲେ । ମମତା କାର୍ଯ୍ଯକ୍ରମରେ ଆସୁଥିବା ଅର୍ଥ ଘର ଖର୍ଚ୍ଚ ରେ ବ୍ଯବହାର ନକରି ଗର୍ଭବତୀ ଓ ମା ପ୍ରସୂତୀ ମାନଙ୍କୁ ଖାଦ୍ୟ ବାବଦରେ ଖର୍ଚ୍ଚ କରିବା ପାଇଁ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ମା ମାନଙ୍କୁ ବୁଝାଇ ଥିଲେ । କାର୍ଯ୍ୟକ୍ରମ ରେ ସିଡ଼ିପିଓ ଜୟନ୍ତୀ ପାଟ ପିଂଙ୍ଗୁଆ , ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା, କାଦମ୍ବରୀ ନାୟକ, ବାସନ୍ତୀ ସାହୁ, ଗୀତାଞ୍ଜଳି ନାୟକ, ନମିତା ବେହରା ,ବବିତା ପାତ୍ର, ରଞ୍ଜିତା ରଥ, ତୃଷ୍ଣା ମିଶ୍ର, ମନିଷା ନାଇକ,ସୁଦେଷ୍ଣା ତ୍ରିପାଠୀ, ଟୁନି କୁମାରୀ ବେହରା,ସୁମିତ୍ରା ବେହେରା,ସୁଲତା ଦଳେଇ,ପ୍ରତିମା ବେହରା,ନମିତା ଡାକୁଆ, ଆଶା କର୍ମୀ ରୀତା ମହାପାତ୍ର, ଲକ୍ଷ୍ମୀ ପଣ୍ଡା, ବିଷ୍ଣୁ ପାଢୀ, ରୀତା ମିଶ୍ର ଓ ମଞ୍ଜୁଲତା ବଡୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟ ମାନଙ୍କ ସହ ହିତାଧୀକାରୀ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ – ଭିକୁ ନାୟକ ।)

Comments (0)
Add Comment