ପିଏସି ର ଶହେ ବର୍ଷ ପୂର୍ତ୍ତି ଉତ୍ସବରେ, ସଂସଦରେ ସୁକିନ୍ଦା ବିଧାୟକ ।

ଯାଜପୁର,୦୪/୧୨ : ପବ୍ଲିକ୍ ଆକାଉଣ୍ଟସ୍ କମିଟି (ପିଏସି) ସ୍ଥାପନର ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ସୂତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦଙ୍କ ଉପସ୍ଥିତିର ଏହି ସମାରୋହ ଉତ୍ସବରେ ୪ଜଣ ବିଧାୟକ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଛନ୍ତି। ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କୟା ନାୟୁଡୁ କହିଲେ ଯେ ଗଣତନ୍ତ୍ରକୁ ଆହୁରି ମଜଭୁତ କରିବା ଲାଗି ସଂସଦ ଏବଂ ବିଧାନସଭାର ବିତର୍କ ହିଁ ଶ୍ରେଷ୍ଠ ମାର୍ଗ। ସଂସଦୀୟ ବ୍ୟବସ୍ଥାର ଜ୍ଞାନକୁ ପରିବର୍ଦ୍ଧିତ କରିବା ଲାଗି ଏଭଳି ସମାରୋହରେ ଖୁବ ଉପାଦୟ ବୋଲି ବିଧାୟକ ଘଡ଼ାଇ କହିଛନ୍ତି।
(ରିପୋର୍ଟ- ଅକ୍ଷୟ କୁମାର ରାଉତ। )

Comments (0)
Add Comment