ପିଇବା ପାଣି ପାଇଁ ଜାତୀୟ ରାଜପଥ ଅବରୋଧ।

ବୋଲଗଡ଼,୦୬/୦୪ପିପିଟି, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପାନୀୟ ଜଳର ସମସ୍ୟା କୁ ନେଇ ବୋଲଗଡ଼ ବ୍ଲକ ଅଞ୍ଚଳ ର ଟିକାତଳ ଗ୍ରାମ ର ମହିଳା ମାନେ ରାସ୍ତା ଅବରୋଧ କରିଥିଲେ। ଦିର୍ଘ ଦିନ ଧରି ପାନୀୟ ଜଳଯୋଗାଣ ପ୍ରକଳ୍ପ ଅଚଳଯୋଗୁ ତଳସାହି ଓ ନୂଆସାହି ର ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପାନୀୟଜଳ ସମ୍ପର୍କରେ ବହୁ ବାର ଅଭିଯୋଗ ପ୍ରଶାସନ ନ ଶୁଣିବାରୁ ଶତାଧିକ ମହିଳା ମାନେ ଗରା, ବାଲିଟି, ଡେକେଚି, ଢାଳ ଇତ୍ଯାଦି ଧରି ୫୭ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ବୋଲଗଡ଼ ଥାନା ଅଧିକାରୀ ଆକବର ଅଲ୍ଲୀ ଖାଁ ,ବିଭାଗୀୟ ଯନ୍ତ୍ରୀ ରଂଜନ ଘଡେଇ ଓ ଠିକାଦାର ପହଞ୍ଚି ବୁଝାସୁଝା କରିଥିଲେ ଏହାର ତୁରନ୍ତ ମରାମତି କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ଦେବାରୁ ମହିଳା ମାନେ ରାସ୍ତା ଅବରୋଧ ରୁ ହଟିଥିଲେ।

ରିପୋର୍ଟ -(ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment