ପାର୍ବଣକୁ ସ୍ୱାଗତ କରୁଛି କାଶତଣ୍ଡୀ ଫୁଲ।

ବୋଲଗଡ଼, ୨୩/୦୯(ପିପିଟି) :ଗାଁ ମୁଣ୍ଡ ବିଲହିଡ ଠାରୁ ନଇ ପଠାଯାଏ ଯୁଆଡେ ଦେଖିବ ସବୁଆଡେ ଦେଖିବାକୁ ମିଳିଥାଏ କାଶତଣ୍ଡୀଫୁଲ।ଯାହାକି ମା’ଙ୍କ ଆଗମନ ଆଣିଦେଇଥାଏ ପୂର୍ବ ଭାଷାର ସଙ୍କେତ। ସତେଯେମତି କାଶତଣ୍ଡୀ ଫୁଲର ସଜେଇ ହୋଇଛି ଧରଣୀରାଣୀ। ଏହାକୁ ଦେଖି କବି ଓ ଭାବୁକ ମାନେ ଭାବମୟ ହୋଇ ଉଠନ୍ତି। ମା’ଙ୍କ ଆଗମନରେ ସବୁଜ ଧାନ କ୍ଷେତରେ କାଶତଣ୍ଡୀ ନିଜକୁ ଧଳାବର୍ଣଫୁଲର ପଣତ ତିଆରି କରି ଚାହିଁ ବସିଥାଏ।ନୀଳ ଆକାଶ ତଳେ ରାସ୍ତା କଡଠାରୁ ନଇପଠା ପର୍ଯ୍ୟନ୍ତ ପସରା ମେଲିଛି କାଶତଣ୍ଡୀଫୁଲର ଆସର। ସୁଲୁସୁଲିଆ ପବନରେ ଦୋଳିଖେଳୁଥିବା କାସତଣ୍ଡୀକୁ ଦେଖି ବାଟରେ ଯାଉଥିବା ସାଧାରଣ ଲୋକମାନଙ୍କ ଠାରୁ ସାମ୍ବାଦିକ ମାନଙ୍କ ପର୍ଯ୍ୟନ୍ତ କିଛି ସମୟ ଅଟକିଯାଇ କ୍ୟାମେରା ରେ ଏହାର ସୁନ୍ଦରତାକୁ କଏଦ କରିବାକୁ ଚେଷ୍ଟାକରିଥାଏ।କିଛି ସମୟ ପାଇଁ ନିଶ୍ଚିତ ନିର୍ବାକ କରିଦେବ ଏହି କାଶତଣ୍ଡୀ ଫୁଲର ଏହିଦୃଶ୍ୟ। ସତେ ଯେପରି କାଶତଣ୍ଡୀଫୁଲ ଚାମରରେ ମା’ଙ୍କର ହେବ ଆବାହନୀ। ସୁଲ ସୁଲ ପବନରେ ଦୋଳି ଖେଳି ଗାଉଛି ମା’ଙ୍କର ଆବାହନ ସଙ୍ଗୀତ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment