ପାର୍କ ପରିସରରେ ଗୁରୁଦିବସ ପାଳିତ ।

ଭୁବନେଶ୍ୱର,୦୫/୦୯(ପିପିଟି ):ଶନିବାର ପୂର୍ବାହ୍ନ ୭ ଘଣ୍ଟା ୩୦ ମିନିଟି ସମୟରେ ଭୀମେଶ୍ଵର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ,ଭୀମ ଟାଙ୍ଗି ତରଫରୁ ପାର୍କ ପରିସର ମଧ୍ୟରେ ଶ୍ରୀଯୁକ୍ତ ମଦନମୋହନ ଦାଶଙ୍କ ସଭାପତିତ୍ଵରେ ଗୁରୁଦିବସ ପାଳିତ ହୋଇଯାଇଛି।

ପାର୍କରେ ଯୋଗ ପ୍ରାଣାୟାମ ଶିକ୍ଷାଦାନ କରୁଥିବା ଗୁରୁ ହୃଷିକେଶ ଶତପଥି, ଇଂ ସୁଧାଂଶୁ ଶେଖର ହରି ଚନ୍ଦନ, ବିଶ୍ୱନାଥ ବେହେରା, ସୌଦାମିନୀ ମହାପାତ୍ର, ଜଟଣୀ ମଣ୍ଡଳ ଶିକ୍ଷା ଅଧିକାରୀ ଯୋଗେଶଚନ୍ଦ୍ର ସାମନ୍ତସିଂହାର ମହୋଦୟ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ଗୁରୁପୂଜନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା କାର୍ଯ୍ୟକ୍ରମକୁ ପ୍ରାକ୍ତନ ପ୍ରଧାନଶିକ୍ଷକ ଶଙ୍କର ମହାପାତ୍ର ସୁଚାରୁରୂପେ ପରିଚାଳନା କରିଥିଲେ।ଉପେନ୍ଦ୍ର ବେହେରା ସୁଲଳିତ କଣ୍ଠରେ ନିଜେ ରଚନା କରିଥିବା କବିତା ପାଠ କରିଥିଲେ।
ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରୁ ବିଶିଷ୍ଟ ଜନନେତା ଗଣେଶ କୁମାର ପ୍ରଧାନ ଏବଂ ପଦ୍ମନାଭ ଷଡଙ୍ଗି, ବରିଷ୍ଠ ଇଂ ବଂଶୀଧର ପଣ୍ଡା, ବିଷ୍ଣୁଚରଣ ପ୍ରଧାନ, ଶଙ୍କର ସାହୁ, ବସନ୍ତ କୁମାର ନାୟକ, ବାଇଧର ପାତ୍ର ପ୍ରମୁଖ ଗୁରୁଦିବସ ସଂପର୍କରେ ପୌରାଣିକ ତଥା ଅଧୁନା ସମାଜରେ ଗୁରୁଶିଷ୍ଯ ସମ୍ପର୍କ ଆଲୋଚନା ପ୍ରସଙ୍ଗରେ ବିଭିନ୍ନ ଉଦାହରଣ ସହିତ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିରଞ୍ଜନ ମିଶ୍ର, ବିଶ୍ୱନାଥ ସାହୁ, ମହାଦେବ ଗରାବଡୁ, ବନବିହାରୀ ରଥ, ଲୋକନାଥ ମିଶ୍ର, କ୍ଷିରୋଦ ଚନ୍ଦ୍ର ସାହୁ,ବିନୋଦ ପରିଡା, ଗୌରହରି ପଣ୍ଡା,ପ୍ରଶାନ୍ତ ମୁଦୁଲି, ଶ୍ରୀକାନ୍ତ ମହାନ୍ତି, ହୃଦାନନ୍ଦ ଦାସ,ଆର୍ୟୁ ଦେହୀ ମିଶ୍ର,ଅମୂଲ୍ୟ ଆଚାର୍ଯ୍ୟ,ଅମରେନ୍ଦ୍ର ତ୍ରିପାଠୀ, କଳ୍ପନା ପଟ୍ଟନାୟକ, ସଙ୍ଗିତା ଗୁରୁ, ରୀନା ପାଢୀ ସମେତ ସହଯୋଗ କରିଥିଲେ। ଶେଷରେ ବସନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା

Comments (0)
Add Comment