ପାରିବାରିକ କଳହରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ।

ଭଞ୍ଜନଗର,(ପିପିଟି)୦୮/୦୫, ଭଞ୍ଜନଗର ଲାଣ୍ଡେଇ ସାହି ମଇକ୍ରୋ ଫାଇନାନ୍ସ ଗଳିରେ ଭାଇ ଓ ଭଉଣୀ ମଧ୍ୟରେ କଳି କୁ ନେଇ ଶୁଭସ୍ମିତା ରାୟଗୁରୁ (୨୧) ନାମକ ଜଣେ ଯୁବତୀ ରୋଷେଇ ଘରେ ଥିବା କିରାସିନି ନିଜ ଦେହରେ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ଏହାଦେଖି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ।ହେଲେ ଶୁଭସ୍ମିତା ର ଶରୀର ୯୦ଭାଗ ପୋଡିଯାଇଥିବା ବେଳେ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment