ପାରିବାରିକ କଳହରୁ କନେଷ୍ଟବଳଙ୍କ ଆତ୍ମହତ୍ଯା ।

ମାଲକାନଗିରି,୦୭/୦୪(ପିପିଟି):ମାଲକାନଗିରି ସଦର ମହକୁମା ସ୍ଥିତ ଏମଭି -୪୨ ଗାଁ ନିକଟରେ ଥିବା ଏକ ବରଗଛ ଶାଖାରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । ମାଲକାନଗିରି ପୋଲିସ ରିଜର୍ଭ କାର୍ଯ୍ୟାଳରେ କାର୍ଯ୍ୟରତ ସୁଶାନ୍ତ ହାଲଦାର ନାମକ ଜଣେ ଏପିଆର କନେଷ୍ଟବଳଙ୍କ ମୃତଦେହ ଗାଁରେ ଥିବା ଏକ ବର ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ବରଣ କରିଥିବା ସୁଶାନ୍ତଙ୍କ ପକେଟରୁ ୭ଟି ହାତଲେଖା କାଗଜକୁ ପୋଲିସ ଜବତ କରିଛି । ସୁଶାନ୍ତ ହାଲଦାରଙ୍କ ନିଜ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ହୋଇଥିବା ବେଳେ ସେ ମାଲକାନଗିରି ସଦର ମହକୁମା ନିକଟସ୍ଥ ଏମଭି – ୪୨ ଗ୍ରାମରେ ବିବାହ କରିଥିଲେ । ଗତ କାଲି ରାତ୍ରରେ ସୁଶାନ୍ତ ପାରିବାରିକ କଳି ଝଗଡା ହୋଇଥିବା ସାହି ପଡୋଶୀ ଶୁଣିଥିବା କୁହାଯାଇଛି । ଆଜି ସକାଳେ ତାଙ୍କର ଝୁଲନ୍ତା ମୃତଦେହ ଗାଁ ନିକଟସ୍ଥ ଏକ ବର ଗଛରୁ ଉଦ୍ଧାର ହୋଇଛି ।ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗଛ ଶାଖାରୁ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ପଠାଇଯାଛି । ସୁଶାନ୍ତ ହାଲଦାର ଜଣେ ପୋଲିସ ଯବାନ ହୋଇ କେଉଁ କାରଣରୁ ଆତ୍ମହତ୍ୟା କଲେ ଏହାର କାରଣ ସ୍ପଷ୍ଟ ହୋଇ ଥିବା ବେଳେ ସୁଶାନ୍ତଙ୍କ ପକେଟରୁ ମିଳିଥିବା ହାତ ଲେଖା ଚିଠିରେ ସମସ୍ତ ଗୂଢ ରହସ୍ଯ ରହିଥିବା
ଆଶଙ୍କା କରାଯାଉଛି । ତେବେ ମାଲକାନଗିରି ପୋଲିସ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment