ପାରା ଗ୍ଲାଇଡଙ୍ଗରେ ଉତ୍ତୀର୍ଣ୍ଣ ହୋଇ ଆକାଶରେ ଉଡିଲେ ବଣ୍ଡା ଯୁବକ ।

ମାଲକାନଗିରି,୩୦/୧୧(ପିପିଟି): ବଣ୍ଡା ଜନଜାତିର ପ୍ରଥମ ଯୁବକ ଲକିନାଥ ଯିଏ କି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ପରକନମାଲା ଗ୍ରାମରେ ବସବାସ କରୁଥିବା ବେଳେ ନିଜର ଉଦ୍ୟମ ଓ ପ୍ରୟାସ ଯୋଗୁଁ ଆଜି ନିଜ ଜିଲ୍ଲା ପାଇଁ ଗର୍ବ ଆଣିବା ସହ ଖୋଲା ଆକାଶରେ ପାରା ଗ୍ଲାଇଡଙ୍ଗ କରି ଇତିହାସ ରଚିଛନ୍ତି । ମାଲକାନଗିରି ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଜୁନିୟର ଅଣ୍ଡର ଅଫିସର ଲକିନାଥ କିର୍ଶନୀ ଆଗ୍ରା ସ୍ଥିତ ଭାରତୀୟ ବାୟୁସେନା ଶିବିରରେ ନମଭେମ୍ବର ୧ ରୁ ୨୫ ତାରିଖ ପର୍ଯ୍ଯନ୍ତ ଯୁଦ୍ଧ ଜାହାଜରେ ବିଭିନ୍ନ ରଣ କୌଶଳ ପ୍ରଶିକ୍ଷଣ ଲାଭ କରିବା ସହ ଆକାଶରରେ ପାରଚ୍ୟୁଟ ଦ୍ଵାରା ଉଡିବା ଆଦି ତାଲିମ ଗ୍ରହଣ କରି ଦୃଢ ଇଛା ଶକ୍ତି ଯୋଗୁଁ ଓଡିଶାର ପ୍ରଥମ ଯୁବକ ରୂପେ ଏହି ତାଲିମକୁ ସଫଳତା ସହ କୃତିତ୍ଵ ଅର୍ଜନ କରିଛନ୍ତି। ନିଜେ ଆକାଶରେ ଯୁଦ୍ଧ ଜାହାଜରୁ ପରାଚ୍ୟୁଟରେ ଅବତରଣ କରି ଅସୀମ ସାହସର ପରିଚୟ ଦେଇ ପାରିଛନ୍ତି । ତାଙ୍କର ଏହି କୃତିତ୍ଵ ପାଇଁ ଆଜି ତାଙ୍କୁ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ଯକ୍ଷ ଅଶୋକ କୁମାର ଷଢଙ୍ଗୀ, ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ଵାଇଁ, ସୁଶାନ୍ତ କୁମାର ମାଝି, ଅଧ୍ୟାପକ ଗୌତମ ନାୟକ, ଉମେଶ ଚନ୍ଦ୍ର ରାଉତ, ମନୋରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ରହି ପୁଷଗୁଛଦେଇ ଲକିନାଥଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment