ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଭିତିପ୍ରସ୍ତର ଓ ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟିତ।

କବିସୂର୍ଯ୍ଯନଗର,୨୭/୧୨(ପିପିଟି); କବିସୂର୍ଯ୍ଯ ନଗର ବ୍ଳକ୍ ଅନ୍ତର୍ଗତ ପାଇକ ଯମୁନା ପଞ୍ଚାୟତର ବଣପଲ୍ଲୀ ଗ୍ରାମରେ ଗ୍ରାମ୍ଯ ଜଳ ଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଆଦର୍ଶ ଯାତ୍ରୀ ବିଶ୍ରାମାଗାରକୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ଯକ୍ଷ ଶ୍ରୀକାନ୍ତ ସାହୁ ଓ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଡିଓ ବାସୁଦେବ ନାୟକ, ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ବାଇଁ, ବ୍ଲକ ଅଧ୍ଯକ୍ଷ ସନ୍ତୋଷ କୁମାର ପାଢୀ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ଦାସ, ପାଇକଯମୁନା ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Comments (0)
Add Comment