ଦିଗପହଣ୍ଡି,୦୯/୦୧(ପିପିଟି); ଦିଗପହଣ୍ଡି ବ୍ଲକ ଆଙ୍କୋରଡା ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ିରହିଛି । ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଗ୍ରାମକୁ ପାନୀୟ ଜଳ ମିଳିପାରୁନାହିଁ । ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଜକୁ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ସମ୍ପୂର୍ଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରାମକୁ ପାଣି ଟୋପାଏ ମଧ୍ୟ ମିଳିପାରିଲା ନାହିଁ । ଗ୍ରାମ ବାସିଙ୍କ କହିବା ମୁତାବକ ଜଳ ପ୍ରକଳ୍ପ କାର୍ଯ୍ୟ ସରିଲା ରୋଡ଼ ଖୋଳି ପ୍ଲାଷ୍ଟିକ ପାଇପ ପଡ଼ିଲା ସବୁ ସରିଲାପରେ ପାଣି ଆସିଲା ନାହିଁ । କାମ କରୁଥିବା ଲୋକ ଚାଲିଗଲେ । ଯନ୍ତ୍ରୀ ମଧ୍ୟ ଦେଖିବାକୁ ଆସିଲେ ନାହିଁ । ଏମିତିରେ ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମରେ ପାନୀୟ ଜଳ ସଙ୍କଟ ରାଗିରହିଛି । ହେଲେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ନିଶ୍ଚିନ୍ତରେ ସୋଇରହିଛନ୍ତି । ନା ଅଛି କାହାର ଭୟ ନା ଅଛି କାହାର ଚିନ୍ତା ଲୋକେ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହେଲେ ଯନ୍ତ୍ରୀଙ୍କର କୌଣସି ଚିନ୍ତା ନାହିଁ । ଜଳ ପ୍ରକଳ୍ପ ଏବେ ଭଗ୍ନ ଅବସ୍ଥାରେ ପଡ଼ିରହିଛି ରକ୍ଷଣାବେକ୍ଷଣ ମଧ୍ୟ କେହି କରୁନାହିଁନ୍ତି । ରାଜ୍ୟ ସରକାର କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରି ବସୁଧା ଯୋଜନାରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥାନ୍ତି ହେଲେ ଅତି ବିଡମ୍ବନର ବିଷୟ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା । ଲୋକେ କଣ ଉପକୃତ ହେବେ ବରଂ ହଟହଟା ହିଁ ହେଉଛନ୍ତି । କଥାରେ ଅଛି ସରକାରକା ମାଲ୍ ଦରିୟା ମେ ଡାଲ୍।
(ରିପୋର୍ଟ- ଆରତ କୁମାର ହୋତା। )