ପାନୀୟ ଜଳ ପାଇଁ ଡହଳ ବିକଳ ଗ୍ରାମ ବାସୀ, ସ୍ଥାନୀୟ ପ୍ରଶାସନ ନୀରବ ଦ୍ରଷ୍ଟା।

ସାନଖେମୁଣ୍ଡି,୨୧/୦୪(ପିପିଟି); ବର୍ତ୍ତମାନ ଗ୍ରୀଷ୍ମଋତୁ ର ଆଗମନ ଏବଂ ଦିନ କୁ ଦିନ ଯେଉଁ ଭଳି ସୂର୍ଯ୍ୟଙ୍କ ଉତ୍ତାପ ବୃଦ୍ଧି ହେଉଚି ସେହିଭଳି ପାଣିର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେତେକ କ୍ଷେତ୍ରରେ ବର୍ଷତମାମ ପିଇବା ପାଣିର ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡୁନି ଯେଉଁ ଥିରେ ନିରୀହ ଲୋକେ ପାନୀୟ ଜଳ ସଙ୍କଟ ରେ ଗତି କରୁଛନ୍ତି । ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରୁଛନ୍ତି ଏବଂ ରୋଗାକ୍ରାନ୍ତ ହେଉଛନ୍ତି । ସାନଖେମୁଣ୍ଡି ବ୍ଲକ ଠାରୁ ମାତ୍ର ୫୦୦ ମିଟର ଦୂରତାରେ ଥିବା ଲକ୍ଷ୍ମୀ ନଗର ସାହିରେ ଏକ ନଳକୂପ ରହିଛି ହେଲେ ଦୁଃଖର ବିଷୟ ଏହି ନଳକୂପର ଜଙ୍କ ଏବଂ କଳଙ୍କି ମିଶା ପାଣି ବାହାରୁଚି ଏହାକୁ ଲୋକେ ବ୍ୟବହାର କରୁଛନ୍ତି । ପ୍ରାୟ ୨୦୦ ଲୋକ ଏହି ନଳକୂପ ବ୍ୟବହାର କରୁଛନ୍ତି । ସାହି ବାସିନ୍ଦା ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ ଏବଂ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସାହି ବାସିନ୍ଦା ବହୁତ ଦୂରକୁ ଯାଇ ବିଲମାଳରେ ଥିବା କୂଅରୁ ପାଣି ସଂଗ୍ରହ କରୁଛନ୍ତି । ବଡ ଦୁଃଖର ବିଷୟ ବ୍ଲକ ଅଫିସ ପାଖରେ ପାନୀୟ ଜଳ ସମସ୍ୟା ସାନଖେମୁଣ୍ଡି ଅଞ୍ଚଳରେ କଣ ହେଉନଥିବ ତାହା ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।

(ରିପୋର୍ଟ- ଆରତ କୁମାର ହୋତା ।)

Comments (0)
Add Comment