ଭଞ୍ଜନଗର, ୦୬/୦୨(ପିପିଟି):ଭଞ୍ଜନଗର ରୋଟାରୀ କ୍ଲବ ଆଉ ଏକ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି।ବିଶେଷ କରି ଜନସାଧାରଣଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ଭଞ୍ଜନଗର ରୋଟାରୀ କ୍ଲବକୁ ଏହି ବର୍ଷ ସର୍ବାଧିକ ସ୍ଥାନରେ ପାନୀୟ ଜଳଯୋଗାଣ ସକାଶେ ପ୍ରଶଂସିତ ହୋଇଛି।ରୋଟାରୀ ଜିଲ୍ଲା ୩୨୬୨ ଅଧୀନରେ ମୋଟ ୧୨୧ଟି କ୍ଲବ ରହିଥିବା ବେଳେ ସେଥି ମଧ୍ୟରୁ ୫ଟି କ୍ଲବକୁ ଫୋକସ କ୍ଲବ ଭାବେ ମନୋନୀତ ହୋଇଥିଲା।ପୁରୀ ଠାରେ ହୋଟେଲ ତାଜରେ ଆୟୋଜିତ ଚଳିତ ବର୍ଷ ମିନର୍ଭା ରୋଟାରୀ ଜିଲ୍ଲା ସମ୍ମିଳନୀରେ ଫୋକସ କ୍ଲବ ଭାବେ ଭଞ୍ଜନଗର ରୋଟାରୀ କ୍ଲବକୁ ସମ୍ମାନିତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ୱାମୀ ସୁଖ ବୋଧାନନ୍ଦ ଓ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ ଟ୍ରଫି ଗ୍ରହଣ କରିଥିଲେ।ଏହି ସଫଳତାକୁ ନେଇ ସଭାପତି ଶ୍ରୀ ବାରିକ ଭଞ୍ଜନଗର ରୋଟାରୀ କ୍ଲବର ସମସ୍ତ ସଦସ୍ୟଙ୍କ ସହଯୋଗ ସକାଶେ କୃତଜ୍ଞତା ଅର୍ପଣ କରିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)