ପାନନୀୟ ଜଳର ଉତ୍କଟ ସମସ୍ୟା ଭୋଗୁଛନ୍ତି ଦୁର୍ଗାପୁର ଗ୍ରାମର ନୂଆସାହି ବାସିନ୍ଦା।

ବୋଲଗଡ଼,୧୫/୦୬(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦୁର୍ଗାପୁର ଗ୍ରାମର ନୂଆସାହି ବାସିନ୍ଦା ଲୋକ ମାନେ ଦୀର୍ଘବର୍ଷ ଧରି ଉତ୍କଟ ପାନୀୟ ଜଳର ସମସ୍ୟା ଭୋଗି ଆସୁଛନ୍ତି। ଗ୍ରୀଷ୍ମ ଋତୁ ରେ ପ୍ରଚଣ୍ଡ ରୌଦ୍ରତାପ ହେତୁ ଜଳସ୍ତର ହ୍ରାସ ପାଇଥାଏ। ଏହି ନୂଆ ସାହିରେ ୭ଟି ପରିବାର ଓ ଲୋକ ସଂଖ୍ୟା ୫୦ ଜଣ ଥିବା ବେଳେ ପାନୀୟ ଜଳ ପାଇଁ ଗୋଟିଏ ନଳକୂପ ଓ ଗୋଟିଏ କୁହ ଉପରେ ନିର୍ଭର କରିଥାନ୍ତି। ନଳକୂପଟି ଅଚଳ ହୋଇ ପଡିଥିବା ବେଳେ କୁହଟି ରେ ଜଳସ୍ତର ବହୁ ପରିମାଣରେ କମି ଯାଇଥିବାରୁ ସେଥିରୁ ଗୋଳିଆ ପାଣି ବାହାରୁ ଅଛି। ସେହି ଗୋଳିଆ ପାଣିକୁ ସେହି ୭ଟି ପରିବାର ବ୍ୟବହାର କରୁଛନ୍ତି। ତେଣୁ ଏହି ପାନୀୟ ଜଳର ସମସ୍ୟା ତୁରନ୍ତ ଦୂର କରିବା ପାଇଁ ସ୍ଥାନୀୟ ସରପଞ୍ଚ, ପ୍ରଶାସନ ଓ ଜଳଯୋଗାଣ ବିଭାଗୀୟ ଅଧିକାରୀ ଙ୍କୁ ନୂଆସାହି ର ବାସିନ୍ଦା ନିବେଦନ କରିଛନ୍ତି। ଦେଖିବାକୁ ବାକି ରହିଲା ଅଧିକାରୀ ମାନଙ୍କର କେବେ ନିଦ୍ରା ଭାଙ୍ଗୁଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment