ପାତ୍ରପୁରୁ ବ୍ଲକରେ ସ୍ବଛ ଭାରତ ମିଶନରେ ମହା ଦୁର୍ନୀତି,କାଗଜ କଲମରେ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହରିଲୁଟ ।

ବ୍ରହ୍ମପୁର,ତା-୧୭/୧୦(ପିପିଟି);ସ୍ବଚ୍ଛ ଭାରତ ମିଶନର ପ୍ରଚାର ସର୍ବସ୍ଵ କିନ୍ତୁ ଦୁର୍ନୀତି ପ୍ରବଳ । ସ୍ବଛ ଭାରତ ମିଶନ ସଫଳତା ପାଇଁ ଗଞ୍ଜାମ ଜିଲ୍ଲା ଜତୀୟ ସ୍ତରରେ ପୁରସ୍କାର ପାଇଛି । ବାସ୍ତବତାକୁ ଅନୁଧ୍ୟାନ କଲେ ଜଣାପଡିଛି ଯେ କାଗଜ କଲମରେ ଚାଷ କରି କେନ୍ଦ୍ରରେ ଥିବା ପାରିବାର ସରକାରଙ୍କୁ ଚକ୍କମା ଦେଖାଇ ପୁରସ୍କାର ହାତେଇଛି । ଗଞ୍ଜାମ ଜିଲ୍ଲା ସ୍ବଛ ମିଶନ କାର୍ଯ୍ୟକ୍ରମରେ ମହା ଘୋଟଲା ଚାଲିଥିବା ନେଇ ସ୍ପଷ୍ଟ ଜଣାପଡୁଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁରୁ ବ୍ଲକରେ ହୋଇଥିବା ଏସବିଏମ ଘୋଟଲାରୁ ଗଞ୍ଜାମ ଜିଲ୍ଲାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଇପାରିବ । ପାତ୍ରପୁରୁ ବ୍ଲକରେ ଏସବିଏମ ୧୫୦୭୨ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି । ପୁଣି ଏଲଓବି ରେ ୧୭୯୧ ଏବଂ ଏନଓଏଲବି ରେ ୨୫୯୮ ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି । ସମୁଦାୟ ୧୮୪୬୧ ହିତାଧିକାରୀଙ୍କ ବଦଳରେ ୧୯୬୯୯ ଜଣଙ୍କୁ ଚଞ୍ଚକତାର ସହ ଅର୍ଥ ପ୍ରଦାନ କରାଯାଇଛି । ଯାହାକି ୧,୪୮,୫୬୦୦୦ ଟଙ୍କା ରାଜକୋଷରୁ ହରିଲୁଟ ହୋଇଥିବା ନେଇ ଏବେ ଚର୍ଚ୍ଚା ବିଷୟ ପାଲଟିଛି । ଶହ ଶହ ଲେଟିନ୍ ର ଜିଓ ଟେଗିଙ୍ଗ୍ ହୋଇ ପାରି ନାହିଁ । ଲେଟିନ୍ କରି ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିଲ୍ ପାଇ ପାରୁନାହାଁନ୍ତି ହିତାଧୀକାରୀ । ହିତାଧିକାରୀଙ୍କ ନାମକୁ ଟେମ୍ପେରିଙ୍ଗ୍ କରି ଦୁଇଟି ଲେଖାଏଁ ଲେଟିନ୍ ବିଲ୍ ହୋଇଥିବା ଚର୍ଚ୍ଚା ଯୋର ଧରିଛି । ଗୋଟିଏ ସଂସ୍ଥାକୁ ଅନୁକମ୍ପା ଦେଖାଇ ପ୍ରାୟ ୪୭ ଲକ୍ଷ ଟଙ୍କା ପ୍ରଦାନ କରିବା ଏବଂ ପରିବର୍ତ୍ତିତ ସମୟରେ ୫୦ ଲକ୍ଷ ଟଙ୍କା ପ୍ରଦାନ ସମୟରେ ବ୍ଯାଙ୍କ ସନ୍ଦେହ କରିବା ଭଳି ଘଟଣା ଶୁଣିବାକୁ ମିଳୁଛି । ପାତ୍ରପୁରୁ ବ୍ଲକ୍ ରେ ୨୦୧୪ ଅକ୍ଟୋବର ୨ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୁର୍ନୀତିକୁ ସରଳୀକରଣ ପାଇଁ ଉଦ୍ୟମ ଜାରି ରହିଛି । ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ କୁ କିଏ ମାନୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଦକ୍ଷ ଜିଲ୍ଲାପାଳ ମାନେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାଁନ୍ତି । କେନ୍ଦ୍ର ସରକାର ମଧ୍ୟ ଏଭଳି ଦୁର୍ନୀତିର ତଦନ୍ତ ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଭିଜିଲାନ୍ସ ବିଭାଗ କୋମାରେ । ପାତ୍ରପୁରୁ ବ୍ଲକ୍ ରେ ଏସବିଏମ ଦୁର୍ନୀତି ବିରୁଦ୍ଧରେ ଲଢେଇ ପାଇଁ ବିଜେପି ସଜବାଜ ହେଉଥିବା ନେଇ ସୂଚନା ମିଳିଛି । ପାତ୍ରପୁରୁ ବ୍ଲକ୍ ରେ ଏସବିଏମ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଫରୱାର୍ଡ ବ୍ଲକ୍ ଦାବି କରିଛି । ଫରୱାର୍ଡ ବ୍ଲକ୍ ପକ୍ଷରୁ କୁହାଯାଇଛି ଯେ ୨୦୧୪ ଠାରୁ ଆଜି ପର୍ଯ୍ୟନ୍ତ ଏହି ଦୁର୍ନୀତିରେ ସଂପୃକ୍ତ ଯନ୍ତ୍ରୀ ଓ ବିଡିଓଙ୍କ ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ କରାନଗଲେ ଆନ୍ଦୋଳନ ସହିତ ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା ରୁଜୁ କରାଯିବ ।

Comments (0)
Add Comment