ପାତଳୀ ଶ୍ରୀକ୍ଷେତ୍ରରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ ।

ଉଲୁଣ୍ଡା,୨୪/୦୫(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତଳୀ ଶ୍ରୀକ୍ଷେତ୍ରରେ ପବିତ୍ର ଘୋଷ ଯାତ୍ରା ପାଇଁ ଶ୍ରୀ ଜୀଉ ମାନଙ୍କର ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି । ପବିତ୍ର ଅକ୍ଷୟ ତୃତୀୟାରେ ରଥକାଠ ଗୁଡିକ ସ୍ୱତନ୍ତ୍ର ଭାବରେ ପୂଜାର୍ଚନା ପରେ କାରିଗର ଭାବେ ପୁରୀ ଜିଲ୍ଲା ପିପିଲି ରୁ ଆସିଥିବା ନିରଞ୍ଜନ ମହାରଣା,ମନୋରଞ୍ଜନ ମହାରଣା,ଅମର୍ତ୍ତି ମହାରଣା,ସନାତନ ମହାରଣା,ରଞ୍ଜନ ମହାରଣା,ନିର୍ମଳ ମହାରଣା ପ୍ରମୁଖ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ।କୋଟସମଲାଇ, ସାରସଦାଦାର,ଖଜୁରିଆପଲି,ମସିଣାପାଲି ଗ୍ରାମର ଜଗନ୍ନାଥ ପ୍ରେମୀ ମାନେ ରଥକାଠ ଯୋଗାଇ ଦେଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟଙ୍କ ତତ୍ୱବାଧାନରେ ରେଞ୍ଜର ଶିବ ପ୍ରସାଦ ନାୟକ,ଫରେଷ୍ଟର ଦିନେଶ କୁମାର ମାଝି ଓ ପ୍ରସନ୍ନ କୁମାର ନାୟକ କୋଟସମଲାଇ ପାତଳୀ ସେନାର ସଦସ୍ୟ ସଞ୍ଜୟ ମେଂଡ଼ିଲି,ପ୍ରଦ୍ୟୁମ୍ନ ପାଢ଼ୀ, ଗୋପାଳ ଖେତି,ଦୀପକ ବସ୍ତିଆ, ଅଭିଷେକ ପାତ୍ର,ପ୍ରକାଶ ସେଠି, ମଣ୍ଟୁ ମନ୍ତ୍ରା ପ୍ରମୁଖ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment